ଭୁଶୁଡ଼ି ପଡ଼ିଲା ୪ ମହଲା କୋଠା, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

ଭୁଶୁଡ଼ି ପଡ଼ିଲା ୪ ମହଲା କୋଠା, ୨ ମୃତ

ମୁମ୍ୱାଇ: ମହାରାଷ୍ଟ୍ର ଭିଓ୍ୱଣ୍ଡିର ଶାନ୍ତି ନଗର ଅଞ୍ଚଳରେ ଥିବା ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ୪ ଆହତଙ୍କୁ ସ୍ଥାନୀୟ ଆଇଜିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି କୋଠା ତଳେ ୫ ଜଣ ଲୋକ ଚାପି ହୋଇ ରହିଥିବା ସୂଚନା ରହିଛି।

୨ ମୃତକଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିପାରିଛି। ମୃତକ ହେଲେ ୨୮ ବର୍ଷୀୟ ଶିରାଜ ଅନସାରୀ। ଗତକାଲି ବିଳମ୍ୱିତ ରାତିରେ କୋଠାର କଲମରେ ଫାଟ ସୃଷ୍ଟି ହୋଇଥିଲା। ଏହାପରେ ୨୨ ପରିବାର ବିଳମ୍ୱିତ ରାତିରେ କୋଠା ଖାଲି କରିଦେଇଥିଲେ। ହେଲେ ଆଉ କିଛି ତାଙ୍କ ସମ୍ପର୍କୟୀ କୋଠାରେ ରହିଯାଇଥିଲେ ତାଙ୍କୁ ଆଣିବା ପାଇଁ ଯାଇଥିବା ବେଳେ ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିଥିଲା ବୋଲି ସୂଚନା ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସହିତ ଦମକଳ ବାହିନୀ ମଧ୍ୟ ପହଞ୍ଚିଛି। ଭୁଶୁଡ଼ି ପଡ଼ିଥିବା ଏହି କୋଠାଟି ୮ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।

ଭୁଶୁଡ଼ି ପଡ଼ିଥିବା କୋଠାଟି ବେଆଇନ ଭାବରେ ତିଆରି ହୋଇଥିଲା ବୋଲି ଭିଓ୍ୱଣ୍ଡି ନିଜାମପୁର ମ୍ୟୁନିସିପାଲଟି ଅଧିକାରୀ ଅଶୋକ ରଣଖମ୍ୱ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ମୁମ୍ୱାଇର ଡୋଙ୍ଗରୀରେ ମଧ୍ୟ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ଏଥିରେ ୧୪ ଜଣ ଲୋକଙ୍କର ପ୍ରାଣହାନୀ ହୋଇଥିଲା। ଉଦ୍ଧାରକାରୀ ଟିମ୍ ୭୨ ଘଣ୍ଟା ଧରି ରେସକ୍ୟୁ ଅପରେଶନ ଜାରି ରଖିବା ପରେ ୨୩ ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

 



from Odisha Reporter https://ift.tt/2HnE5PE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages