ଅଫିସ୍‌ର ମାହୋଲ ଭଲ ଲାଗୁନାହିଁ, କାମରେ ମନ ଲାଗୁନାହିଁ? ଆପଣାନ୍ତୁ କିଛି ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

ଅଫିସ୍‌ର ମାହୋଲ ଭଲ ଲାଗୁନାହିଁ, କାମରେ ମନ ଲାଗୁନାହିଁ? ଆପଣାନ୍ତୁ କିଛି ଟିପ୍ସ

ଆମ କାର୍ଯ୍ୟସ୍ଥଳର ସମ୍ବନ୍ଧ ସିଧାସଳଖ ଶନି ଭଗବାନଙ୍କ ସହ ଥାଏ। କୁହାଯାଏ, ଶନି ଦଶା ପଡ଼ିଲେ କାର୍ଯ୍ୟସ୍ଥଳରେ ନାନା ସମସ୍ୟା ଉପୁଜେ। ଯେପରିକି ଭଲ କାମ କଲେ ବି ପ୍ରଶଂସା ମିଳେ ନାହିଁ, କାମରେ ମନ ଲାଗେ ନାହିଁ ଓ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହେ ନାହିଁ ଇତ୍ୟାଦି। ବୁଧ ଗ୍ରହ ମଧ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। କାରଣ ବୁଧ ଗ୍ରହର ଉପସ୍ଥିତି ସାହାଯ୍ୟରେ ବ୍ୟକ୍ତି କାର୍ଯ୍ୟସ୍ଥଳର ମାହୋଲ ସହ ନିଜକୁ ଖାପ ଖୁଆଇବାରେ ସମର୍ଥ ହୁଏ। ସାଧାରଣତଃ ରାହୁ ଓ କେତୁ କାର୍ଯ୍ୟସ୍ଥଳରେ ସମସ୍ୟା ସୃଷ୍ଟି କରିଥା’ନ୍ତି। ତେବେ ଆଜି ଆମେ କିଛି ଉପାୟ ବତାଇବୁ ଯାହାକୁ ପ୍ରୟୋଗ କରି ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।

୧) ଅଫିସେରେ କିଭଳି ସବୁ ଭଲରେ ହେବ?

  • ନିୟମିତ ସକାଳ ଓ ସନ୍ଧ୍ୟାରେ ଶନିଙ୍କ ମନ୍ତ୍ର ଜପ କରନ୍ତୁ।
  • ହାତରେ ଏକ ଲୁହାର ମୁଦି ପରିଧାନ କରନ୍ତୁ।
  • କାମ କରୁଥିବା ସ୍ଥାନରେ ଏକ ଛୋଟିଆ ଧଳା ମାର୍ବଲ ଖଣ୍ଡ ରଖନ୍ତୁ।
  • ଆଖି ଆଗରେ ରଙ୍ଗ ବେରଙ୍ଗ ଫୁଲର ଚିତ୍ର ଲଗାନ୍ତୁ।

୨) ସହକର୍ମୀଙ୍କ ସହ ସମସ୍ୟା ଅଛି କି?

  • ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
  • ସ୍ନାନ କରିବା ପରେ ହାଲକା ସୁଗନ୍ଧ ଲଗାନ୍ତୁ।
  • ଅଫିସ୍‌ ଯିବା ପୂର୍ବରୁ ଗୁଡ଼ ଖାଇ ଯାଆନ୍ତୁ।
  • ପ୍ରତି ମଙ୍ଗଳବାର ହନୁମାନଙ୍କୁ ଦର୍ଶନ କରନ୍ତୁ।
  • ଯେଉଁଠି ବସି କାମ କରନ୍ତି, ସେଠି ଏକ ନାଲି ରଙ୍ଗର ଫୁଲ ରଖନ୍ତୁ।

୩) କାର୍ଯ୍ୟର ପ୍ରଶଂସା ମିଳୁନାହିଁ?

  • ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
  • ହାତରେ ଏକ ତମ୍ବାର ମୁଦି ପିନ୍ଧନ୍ତୁ।
  • କାମ କରୁଥିବା ସ୍ଥାନରେ ସୂର୍ଯ୍ୟ ଉଦୟର ଏକ ଫଟୋ ଲଗାନ୍ତୁ।
  • ନିଜର କଲମ କାହାକୁ ଦିଅନ୍ତୁ ନାହିଁ।

୪) ଅଫିସ୍‌ ମାହୋଲ ସହ ଖାପ ଖୁଆଇବା କଷ୍ଟ ହେଉଛି?

  • ପ୍ରତିଦିନ ସ୍ନାନ କରି ଅଫିସ୍‌ ଯା’ନ୍ତୁ।
  • ସବୁଦିନ ‘ଓମ୍ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।
  • ମୁଣ୍ଡରେ ଚନ୍ଦନ ଲଗାନ୍ତୁ କିମ୍ବା ଚନ୍ଦନ ସୁଗନ୍ଧ ଭରା ଦ୍ରବ୍ୟ ବ୍ୟବହାର କରନ୍ତୁ।
  • ମୁକ୍ତାର କୌଣସି ଏକ ରତ୍ନ ଧାରଣ କରନ୍ତୁ।

 

 

 



from Odisha Reporter https://ift.tt/2L4YxWS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages