ପଶ୍ଚିମ ଓଡ଼ିଶାର ‘ମଦର ଟେରେସା’: ୧୧ବର୍ଷ ବୟସରେ ସ୍କୁଲ୍‌ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ହୋଇଥିଲେ ସାମିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 11, 2019

ପଶ୍ଚିମ ଓଡ଼ିଶାର ‘ମଦର ଟେରେସା’: ୧୧ବର୍ଷ ବୟସରେ ସ୍କୁଲ୍‌ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ହୋଇଥିଲେ ସାମିଲ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ୱାଧୀନତାକୁ ୭୩ବର୍ଷ ଛୁଇଁବାକୁ ଯାଉଛି। ଏଥିପାଇଁ ସାରାଦେଶ ବେଶ୍‌ ଉତ୍ସାହିତ ଅଛି। ତେବେ ଦୀର୍ଘ ବର୍ଷ ଧରି ଚାଲିଥିବା ବ୍ରିଟିଶ୍ ଦାସତ୍ୱରୁ ସ୍ୱାଧୀନତା ପାଇବା ପଛରେ ଅନେକ ଲୋକଙ୍କର ତ୍ୟାଗ ରହିଛି। ଅନେକ ଲୋକଙ୍କ ସାହସ ଏବଂ ବଳିଦାନ ପାଇଁ ସ୍ୱାଧୀନତା ସଂଗ୍ରାମ ସଫଳ ହୋଇଥିଲା। ତେବେ ଏହି ମହାସଂଗ୍ରାମରେ ଯେତିକି ହାତ ପୁରୁଷ ମାନଙ୍କର ଥିଲା ସେତିକି ମହିଳାଙ୍କର ମଧ୍ୟ ରହିଥିଲା। ଯାହାର ଏକ ଉଦାହରଣ ହେଉଛନ୍ତି ଓଡ଼ିଶାର ପାର୍ବତୀ ଗିରି।

୧୧ବର୍ଷ ବୟସରେ ସେ ସ୍କୁଲ୍‌ ଛାଡ଼ି ସ୍ୱାଧୀନତା ଆନ୍ଦୋଳନ ପଥରେ ବାହାରିଥିଲେ। ଅହିଂସା ଏବଂ ସାହସକୁ ପାଥେୟ କରି ସେ ଆଗକୁ ମାଡ଼ିଚାଲିଥିଲେ ଏବଂ ତାଙ୍କ ଜୀବନକୁ ଏକ ସାମାଜିକ କାର୍ଯ୍ୟ ପାଇଁ ସମର୍ପିତ କରିଦେଇଥିଲେ। ସେଥିପାଇଁ ତ ଲୋକେ ତାଙ୍କୁ ଆଜି ବି ପଶ୍ଚିମ ଓଡ଼ିଶାର ‘ମଦର ଟେରେସା’ କହି ଡାକନ୍ତି। ତେବେ କଣ ଥିଲା ତାଙ୍କ କାହାଣୀ, ଆସନ୍ତୁ ଜାଣିବା।

୧୯ଜାନୁୟାରୀ ୧୯୨୬ରେ ବରଗଡ଼ର ସମଲିପଦର ଗାଁରେ ଜନ୍ମଗ୍ରହଣ କରିଥିଲେ ପାର୍ବତୀ ଗିରି। ତାଙ୍କ ଦାଦା ରାମଚନ୍ଦ୍ର ଗିରି ଜଣେ କଂଗ୍ରେସ ନେତା ଥିଲେ। ଯେହେତୁ ପରିବାରରେ ଜଣେ ସଦସ୍ୟ ରାଜନୀତିରେ ଥିଲେ ତେଣୁ ପାର୍ବତୀ ପିଲାଦିନୁ ସେ ସମୟରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ ବୈଠକ ଏବଂ ଆନ୍ଦୋଳନ ବିଷୟରେ ଶୁଣୁଥିଲେ ଏବଂ ଦେଖୁଥିଲେ। ଘରେ ତାଙ୍କ ଦାଦା ଯେତେବେଳେ ସ୍ୱାଧୀନତା ସଂଗ୍ରାମ ସମ୍ପର୍କିତ କିଛି ଯୋଜନା କିମ୍ବା କାର୍ଯ୍ୟ ବିଷୟରେ ଆଲୋଚନା କରୁଥିଲେ ପାର୍ବତୀ ଲୁଚିଛପି ସେସବୁ ଶୁଣୁଥିଲେ। କେଉଁଠି ନା କେଉଁଠି ଏସବୁ କଥା ପାର୍ବତୀଙ୍କୁ ପ୍ରଭାବିତ କରୁଥିଲା।

ପାର୍ବତୀଙ୍କୁ ୧୧ବର୍ଷ ହୋଇଥିଲା। ସେ ସ୍କୁଲରେ ପଢୁଥିବା ସମୟରେ ଦିନେ ତାଙ୍କ ଗାଁ ସମଲିପଦରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର କିଛି ନେତା ପାର୍ବତୀଙ୍କୁ ବ୍ରିଟିଶ ଶାସନ ବିରୋଧରେ ଏକ ପ୍ରଚାର ଅଭିଯାନରେ କଂଗ୍ରେସ ତରଫରୁ ଯୋଗ ଦେବା ପାଇଁ କହିଥିଲେ। ଏଥିପାଇଁ ଗାଁ ଲୋକେ ପାର୍ବତୀଙ୍କ ବାପାଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ପାର୍ବତୀଙ୍କ ବାପା ତାଙ୍କୁ ସେହି ଅଭିଯାନରେ ଯୋଗ ଦେବାକୁ ଅନୁମତି ଦେଇଥିଲେ।

ବିଭିନ୍ନ ଆଶ୍ରମ ବୁଲୁଥିବା ସମୟରେ ପାର୍ବତୀ ପାରମ୍ପରିକ ହସ୍ତଶିଳ୍ପ, ଅହିଂସା ଏବଂ ଆତ୍ମନିର୍ଭରତା ଯେ ଗାନ୍ଧିବାଦୀ ଦର୍ଶନର ଅନ୍ୟଏକ ମୁଲ୍ୟବୋଧ ସମ୍ପର୍କରେ ଜାଣିବାକୁ ପାଇଲେ। ଏହାପରେ ସେ ଗାଁ ଗାଁ ବୁଲି ଖଦି ବସ୍ତ୍ର ତିଆରି କରିବାର ପ୍ରଶିକ୍ଷଣ ଦେବା  ଆରମ୍ଭ କଲେ। ଏଥିସହ ସେ ସ୍ଵାଧୀନତା ସଂଗ୍ରାମକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କଲେ।

ଏହାପରେ ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ସ୍ୱାଧୀନତା ସଂଗ୍ରାମରେ ଭାଗନେବାକୁ ଚାହିଁଲେ, ସେତେବେଳେ ତାଙ୍କୁ ନାବାଳିକା କହି ସଂଗ୍ରାମରୁ ଦୁରେଇ ରଖାଗଲା। ବ୍ରିଟିଶ ବିରୋଧରେ ତାଙ୍କ ଲଢ଼େଇକୁ ଅଟକାଇବାକୁ ବିରୋଧ କରି ସେ କିଛି ଲୋକଙ୍କ ସହ ବରଗଡ଼ର ଅଦାଲତ ବାହାରେ ସରକାରଙ୍କ ବିରୋଧରେ ନାରା ଲଗାଇବା ଆରମ୍ଭ କଲେ।

ଆଉଥରେ ପାର୍ବତୀ ତିନିଜଣ ପୁଅଙ୍କ ସହ, ମାଜିଷ୍ଟ୍ରେଟ୍‌ଙ୍କ ଅନୁପସ୍ଥିତିରେ ତାଙ୍କ କ୍ୟାବିନ୍‌ ଭିତରକୁ ପଶି ତାଙ୍କ ଚଉକି କବ୍‌ଜା କରିନେଇଥିଲେ। ସାଙ୍ଗରେ ଦୁଇ ଜଣ ପୁଅ ଥିଲେ ସେଥିରୁ ଜଣେ ପିଅନ ଏବଂ ଜଣେ ତାଙ୍କ ଓକିଲ ହୋଇ ସେହି କ୍ୟାବିନ୍‌ରେ ଉପସ୍ଥିତ ରହିଲେ। ଏବଂ ପାର୍ବତୀ ତାଙ୍କୁ ମାଜିଷ୍ଚ୍ରେଟ୍‌ଙ୍କୁ ବାନ୍ଧି ତାଙ୍କ ସମ୍ମୁଖରେ ପେସ୍‌ କରିବାକୁ କହିଥିଲେ। ଏକଥା ଜାଣିବା ପରେ ପୁଲିସ୍‌ ପାର୍ବତୀଙ୍କୁ ଗିରଫ କରିନେଇଗଲେ ଏବଂ ପାର୍ବତୀ ଦୁଇବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରହିଥିଲେ।

ସ୍ୱାଧିନତା ପରେ ସେ ତାଙ୍କର ସମସ୍ତ ଧ୍ୟାନ ବ୍ୟାପକ ସାମାଜିକ କାର୍ଯ୍ୟ ଉପରେ କେନ୍ଦ୍ରିତ କରିଥିଲେ। ମହିଳା ଏବଂ ଅନାଥଙ୍କ ପାଇଁ ସେ ଏକ ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ। ଏଥିସହ  ନୃସିହଂନାଥରେ କସ୍ତୁରବା ଗାନ୍ଧି ମାତୃନିକେତନ ନାମକ ଏକ ଅନାଥ ଆଶ୍ରମ ଏବଂ ନିରାଶ୍ରୟ ମାନଙ୍କ ପାଇଁ ବିରସିଂହ ଗାଁରେ ସଂତରା ବାଲ୍‌ ନିକେଚନ ନାମକ ଏକ ଘର ନିର୍ମାଣ କରିଥିଲେ।

ଏଥିସହ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସହ କାମ କରିଥିବା ରମାଦେବୀ ଚୌଧୁରୀଙ୍କ ସହ ମିଶି ଗାଁ ଗାଁ ବୁଲି ସେ କୁଷ୍ଠରୋଗୀଙ୍କ ସେବା କରୁଥିଲେ। ପାର୍ବତୀଙ୍କର ଏପରି ସେବା ମନୋବୃତ୍ତି ପାଇଁ ତାଙ୍କୁ ଏବେବି ପଶ୍ଚିମ ଓଡ଼ିଶାର ‘ମଦର ଟେରେସା’ କୁହାଯାଏ। ଲୋକଙ୍କ ସେବା ପାଇଁ ସେ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍‌ ଏବଂ ରାଜ୍ୟସଭା ସିଟ୍‌ ପାଇଁ  ଟିକେଟ୍‌ ନେବାକୁ ମନା କରିଦେଇଥିଲେ। ଲୋକଙ୍କ ସେବାରେ ସେ ତାଙ୍କର ସମସ୍ତ ସମୟ ସମର୍ପଣ କରିଦେଉଥିବା ଏହି ସାହସୀ ଏବଂ ଅତୁଳନୀୟ ବ୍ୟକ୍ତିତ୍ୱଙ୍କର ୧୭ ଅଗଷ୍ଟ ୧୯୯୫ରେ ଦେହାନ୍ତ ହୋଇଥିଲା।

୨୦୧୭ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କରି ସ୍ମୃତିରେ ୭,୬୦୦ଟଙ୍କାର ‘ପାର୍ବତୀ ଗିରି ବୃହତ ଜଳ ସେଚନ ପ୍ରକଳ୍ପ’ ଘୋଷଣା କରିଥିଲେ।



from Odisha Reporter https://ift.tt/2yYmqtf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages