ଆଜି ପବିତ୍ର ଇଦ୍-ଉଲ୍-ଜୁହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 11, 2019

ଆଜି ପବିତ୍ର ଇଦ୍-ଉଲ୍-ଜୁହା

ଭଦ୍ରକ/ରାଉରକେଲା(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ଇଦ୍-ଉଲ୍-ଜୁହା। ମୁସଲିମ୍ ସଂପ୍ରଦାୟର ଏହି ପର୍ବକୁ ପାଳନ କରିବା ପାଇଁ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଏନେଇ ଭଦ୍ରକ ସହର ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇ ଉଠିଛି। ସହରର ପେଣ୍ଠସ୍ଥଳରେ ଥିବା ଇଦଗା, ମସଜିଦ ଭଳି ପ୍ରମୁଖ ପ୍ରାର୍ଥନା ପୀଠକୁ ସଜାଯାଇଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ସହରାଞ୍ଚଳ , ଧାମନଗର ଏବଂ ଗ୍ରାମାଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସେହିପରି ଇଦ୍‌କୁ ନେଇ ରାଉରକେଲାରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରର ଇଦଗା ମୈଦାନ , ଜାମା ମସଜିଦ, ନୂର ମସଜିଦ, ସେକ୍ଟର ୧୫, କୋଏଲ ନଗର ଓ ମାଲଗୋଦାମ ଆଦି ଅଞ୍ଚଳରେ ନମାଜ ପାଠ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ଲାଣ୍ଟ ସାଇଟ୍ ଅଞ୍ଚଳରେ ଥିବା ଇଦଗା ମୈଦାନରେ ସାମୁହିକ ଭାବେ ନମାଜ ପାଠ ହେବାକୁ ଥିବାରୁ ଏଥିଲାଗି ବିଶେଷ ବ୍ୟବସ୍ଥା କରାଯାଇଛି।



from Odisha Reporter https://ift.tt/2ORowWH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages