ପ୍ରଭାସଙ୍କ ଫେବରିଟ୍‌ ନାୟିକାଙ୍କ ତାଲିକାରେ ନାହିଁ ଶ୍ରଦ୍ଧାଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ପ୍ରଭାସଙ୍କ ଫେବରିଟ୍‌ ନାୟିକାଙ୍କ ତାଲିକାରେ ନାହିଁ ଶ୍ରଦ୍ଧାଙ୍କ ନାଁ

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’ ଆଉ ତିନି ଦିନ ପରେ ଅର୍ଥାତ୍ ଅଗଷ୍ଟ ୩୦ ତାରିଖରେ ରିଲିଜ୍ ହେବ। ଉଭୟ ପ୍ରଭାସ ଓ ଶ୍ରଦ୍ଧା ଏବେ ଫିଲ୍ମର ପ୍ରମୋସନ୍‌ରେ ଖୁବ୍ ବ୍ୟସ୍ତ ଅଛନ୍ତି। ନିକଟରେ ସେମାନେ ଫିଲ୍ମର ପ୍ରମୋସନ୍ କରିବାକୁ କପିଲ ଶର୍ମାଙ୍କ ଶୋ’କୁ ଆସିଥିଲେ। ଏଥିରେ ସେମାନଙ୍କୁ କପିଲ୍‌ ଅନେକ ପ୍ରଶ୍ନ କରିଥିଲେ। ସେମାନେ ସେଗୁଡ଼ିକର ଅନେକ ମଜାଦାର ଉତ୍ତର ଦେଇଥିଲେ। ତେବେ ଶୋ’ରେ ପ୍ରଭାସଙ୍କୁ ଅର୍ଚ୍ଚନା ପୂରନ୍‌ ସିଂହ ମଧ୍ୟ କିଛି ପ୍ରଶ୍ନ କରିଥିଲେ।

ଅର୍ଚ୍ଚନା ପଚାରିଥିଲେ,‘ଆପଣ ବଲିଉଡ୍ ଫିଲ୍ମ ଦେଖନ୍ତି ନା ନାହିଁ।’ ପ୍ରଭାସ କହିଥିଲେ ଯେ ସେ ବଲିଉଡ୍ ଫିଲ୍ମ ଦେଖନ୍ତି। ଆମୀର ଖାନ୍‌ଙ୍କ ‘ଦଙ୍ଗଲ୍’ ଓ ଅମିତାଭ ବଚ୍ଚନ ଏବଂ ଧର୍ମେନ୍ଦ୍ରଙ୍କ ଅଭିନୀତ ‘ଶୋଲେ’ ଫିଲ୍ମ ତାଙ୍କୁ ବେଶ୍ ଭଲ ଲାଗେ ବୋଲି ସେ କହିଥିଲେ। ସେହିପରି ସେ ସଲ୍‌ମାନ୍ ଓ ଶାହାରୁଖ୍ ଖାନ୍‌ଙ୍କ ଫିଲ୍ମ ମଧ୍ୟ ଦେଖନ୍ତି ବୋଲି କହିଥିଲେ।
ଏହାପରେ ଅର୍ଚ୍ଚନା ତାଙ୍କୁ ପଚାରିଥିଲେ,‘ବଲିଉଡ୍‌ରେ ଆପଣଙ୍କ ମନପସନ୍ଦର ନାୟିକା କିଏ?’ ଏହାର ଜବାବରେ ପ୍ରଭାସ ତିନି ଜଣଙ୍କ ନାଁ ନେଇଥିଲେ। ସେମାନେ ହେଉଛନ୍ତି- ଦୀପିକା ପାଦୁକୋନ, ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ୍‌। ଏହା ସହିତ ସଲ୍‌ମାନ୍ ଓ ଶାହାରୁଖ୍ ତାଙ୍କର ଫେବରିଟ୍ ଆକ୍ଟର ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ପ୍ରଭାସଙ୍କ ସହ ’ସାହୋ’ ଫିଲ୍ମରେ ଜ୍ୟାକି ଶ୍ରଫ୍‌, ଚଙ୍କି ପାଣ୍ଡେ, ମହେଶ ମାଞ୍ଜେରକର ଓ ନୀଲ ନୀତିନ ମୁକେଶ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତେଲୁଗୁ ନିର୍ଦ୍ଦେଶକ ସୁଜିତ୍।



from Odisha Reporter https://ift.tt/32ggOaL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages