ଜେଟଲୀଙ୍କ ଅନ୍ତିମ ସଂସ୍କାର ବେଳେ ୧୧ ଜଣଙ୍କ ମୋବାଇଲ ଚୋରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ଜେଟଲୀଙ୍କ ଅନ୍ତିମ ସଂସ୍କାର ବେଳେ ୧୧ ଜଣଙ୍କ ମୋବାଇଲ ଚୋରି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର ରବିବାର ନୂଆଦିଲ୍ଲୀର ନିଗମବୋଧଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉପରାଷ୍ଟ୍ରପତିଙ୍କ ଯାଏ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ତେବେ ଜେଟଲୀଙ୍କ ଅନ୍ତିମ ସଂସ୍କାର ସ୍ଥଳରୁ ୧୧ ଜଣଙ୍କ ମୋବାଇଲ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ୧୧ ଜଣଙ୍କ ମଧ୍ୟରେ ବିଜେପି ସାଂସଦ ବାବୁଲ ସୁପ୍ରିଓ ଏବଂ ପତଞ୍ଜଳିର ମୁଖପାତ୍ର ଏସ୍‌କେ ତିଜରୱାଲା ପ୍ରମୁଖ ରହିଛନ୍ତି।

ଜେଟଲୀଙ୍କ ଅନ୍ତିମ ସଂସ୍କାର ବେଳେ ପ୍ରବଳ ଭିଡ଼ ହୋଇଥିଲା। ଏହାର ଫାଇଦା ନେଇ ଚୋରମାନେ ବିଜେପି ସାଂସଦ ଏବଂ ସମର୍ଥକଙ୍କୁ ଚୂନ ଲଗାଇବାରେ ସକ୍ଷମ ହୋଇଛନ୍ତି।

ଶ୍ରୀ ତିଜରୱାଲା ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ଚୋରମାନଙ୍କୁ ଧରିବାକୁ ନିବେଦନ କରିଛନ୍ତି। ଏହି ଟ୍ୱିଟକୁ ସେ ଦିଲ୍ଲୀ ପୁଲିସ୍‌ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

ସେ କହିଛନ୍ତି, “ଆମେ ଜେଟଲୀଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ଏକାଠି ହୋଇଥିଲୁ। ଶେଷଥର ପାଇଁ ଯେଉଁ ଫୋନ ଗୁଡ଼ିକରେ ଜେଟଲୀଙ୍କ ସ୍ମୃତି ସାଇତି ରଖିଥିଲୁ, ସେଗୁଡ଼ି ବି ଚାଲିଗଲା।

ଶଶ୍ମାନ ଘାଟରେ ମଧ୍ୟ ଲୋକମାନେ ଚୋରି କରିବାକୁ ଭୁଲୁ ନାହାନ୍ତି। ଏହା ସବୁଠାରୁ ଦୁଃଖଦାୟକ ଘଟଣା।”
ପୁଲିସ୍‌ ଏବେ ୫ଟି ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2NwxqGO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages