କଶ୍ମୀରର ସ୍ଥିତି ୧୯୬୫, ୧୯୭୧ ଏବଂ ୧୯୯୯ ପାଖରୁ ଖରାପ: ଗୁଲାମ୍ ନବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

କଶ୍ମୀରର ସ୍ଥିତି ୧୯୬୫, ୧୯୭୧ ଏବଂ ୧୯୯୯ ପାଖରୁ ଖରାପ: ଗୁଲାମ୍ ନବୀ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ୍ ନବୀ ଆଜାଦ୍ ଗତକାଲି ସନ୍ଧ୍ୟାରେ ଶ୍ରୀନଗରରୁ ଦିଲ୍ଲୀ ଫେରିଛନ୍ତି। ଶ୍ରୀନଗର ବିମାନବନ୍ଦରରୁ ସହର ଭିତରକୁ ଯିବା ପାଇଁ ସୁରକ୍ଷା କର୍ମୀ ଅନୁମତି ଦେଇନଥିଲେ। ଏହାପରେ ସେ ସନ୍ଧ୍ୟାରେ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀ ଇନ୍ଦିରା ଗାନ୍ଧି ବିମାନ ବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଜମ୍ମୁ କଶ୍ମୀରର ସ୍ଥିତି ୧୯୬୫, ୭୧ ସମୟରେ ହୋଇଥିବା ଯୁଦ୍ଧଠୁ ଖରାପ୍। ଏହି ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳର ଅଧିକାଂଶ ଜିଲ୍ଲାର ଲୋକ କର୍ଫ୍ୟୁ ଭୟରେ ଘରେ ରହୁଥିବା ସେ କହିଛନ୍ତି।

ଧାରା ୩୭୦ ହଟିବା ପରେ ସେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀର ଯାଇଥିଲେ। ଏହି ସମୟରେ ସେ ଦଳୀୟ ନେତାଙ୍କ ସହ ଜମ୍ମୁ କଶ୍ମୀର ସ୍ଥିତି ବାବଦରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କେନ୍ଦ୍ର ସରକାର ଧାରା ୩୭୦ ହଟିବା ପରେ କର୍ଫ୍ୟୁ ଜାରି କରିଛନ୍ତି ସେଥିପାଇଁ ଗୁଲାମ ନବୀ ଆଜାଦଙ୍କୁ ବିମାନ ବନ୍ଦରରୁ ଅନ୍ୟତ୍ର ଯିବା ପାଇଁ ଅନୁମତି ଦେଇନଥିଲେ ସୁରକ୍ଷାକର୍ମୀ।

ଏବେ ଜମ୍ମୁ କଶ୍ମୀରର ସ୍ଥିତି ୧୯୬୫, ୧୯୭୧ ଏବଂ ୧୯୯୯ ମସିହାରେ ହୋଇଥିବା ଯୁଦ୍ଧ ପରର ସ୍ଥିତିଠୁ ବି ଖରାପ ବୋଲି ଗୁଲାମ ନବୀ କହିଛନ୍ତି। ଶ୍ରୀନଗରରେ ବିମାନ ଅବତରଣ କରିବା ପୂର୍ବରୁ କ୍ୱାଜିଗୁଣ୍ଡ ଆକାଶମାର୍ଗରେ ବିମାନ ୮୦ କିଲୋମିଟର ଉଚ୍ଚର ଉଡିଥାଏ। ଏହି ସମୟରେ ରାସ୍ତାରେ କୌଣସି ଗାଡ଼ି ମଟର କିମ୍ୱା ଲୋକଙ୍କୁ ଦେଖିବାକୁ ମିଳିନଥିଲା ବୋଲି ସେ କହିଛନ୍ତି। ଗୋଟିଏ କିମ୍ୱା ଦୁଇଟି ଠେଲା ଗାଡ଼ି ଚାଲିଗଲେ କଶ୍ମୀରରେ ସ୍ଥିତି ସୁଧୁରୁଛି କହିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ମୋଦି ସରକାର ଏମିତି ଏକ ନୂଆ ଆଇନ୍ ଆଣିଛନ୍ତି ଯେ ୨୬ଟି ଜିଲ୍ଲାର ଲୋକମାନେ ଘର ଭିତରେ ରହୁଛନ୍ତି। କିନ୍ତୁ ଏହି ଆଇନ ଆସିବା ଦ୍ୱାରା ଲୋକମାନେ ତିନି ଦିନ ହେବ ଖୁସି ମନାଉଛନ୍ତି ବୋଲି କହିବା କଣ ଠିକ୍ ବୋଲି ଜମ୍ମୁ କଶ୍ମୀରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।



from Odisha Reporter https://ift.tt/33mifFP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages