ପରିବା ବିକ୍ରି କରିବାକୁ ଯାଉଥିଲେ, ଚଢ଼ିଗଲା ଟ୍ରକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

ପରିବା ବିକ୍ରି କରିବାକୁ ଯାଉଥିଲେ, ଚଢ଼ିଗଲା ଟ୍ରକ୍‌

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା  ୬୦ ନମ୍ୱର ଜାତୀୟ ରାଜପଥର ସାହୁପଡ଼ା ନିକଟରେ ୨ ପରିବା ବିକାଳୀଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ସୁରେନ୍ଦ୍ର ଦାସ। ଗୁରୁତରଙ୍କ ନାଁ ନିରଞ୍ଜନ ଗିରି। ଉଭୟଙ୍କ ଘର ରେମୁଣା ବ୍ଲକ୍‌ ଗଣ୍ଡରଦା ଗାଁରେ।

ଆଜି ଭୋର ପ୍ରାୟ ୪ଟା ବେଳେ ସୁରେନ୍ଦ୍ର ଓ ନିରଞ୍ଜନ ଘରୁ ପରିବା ଧରି ସାଇକେଲରେ ବାଲେଶ୍ୱରର ନୂଆ ବଜାରକୁ ବିକ୍ରି କରିବାକୁ ଯାଉଥିଲେ।  ଏହି ସମୟରେ ସାହୁପଡ଼ା ନିକଟରେ ପଛପଟୁ ଏକ ଟ୍ରକ୍‌ ଆସି ସେମାନଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା।  ଘଟଣାସ୍ଥଳରେ ହିଁ  ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 



from Odisha Reporter https://ift.tt/2TeNBcE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages