ବାଜପେୟୀଙ୍କ ଉପରେ ହେବ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ବାଜପେୟୀଙ୍କ ଉପରେ ହେବ ଫିଲ୍ମ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଫିଲ୍ମ ନିର୍ମାଣ ହେବ। ଏନ୍‌.ପି ଉଲ୍ଲେଖଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଅନ୍‌ଟୋଲ୍ଡ ବାଜପେୟୀ’ର ଆଧାରରେ ନିର୍ମାଣ ହେବ ଏହି ଫିଲ୍ମ। ଏହି ପୁସ୍ତକରେ ବାଜପେୟୀଙ୍କର ପିଲାଦିନ ଓ କଲେଜ ଜୀବନ ସଂପର୍କରେ ଅନେକ କଥା ରହିଛି। ତା’ ସହିତ ରାଜନେତା ହିସାବରେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ସଂପର୍କରେ ଏ ବହିରେ ଲେଖା ହୋଇଛି। ଏହି ପୁସ୍ତକରେ ଥିବା ତଥ୍ୟ ଆଧାରରେ ଫିଲ୍ମ କରିବା ପାଇଁ ଅମାଶ୍ ଫିଲ୍ମର ମାଲିକ ଶିବା ଶର୍ମା ଓ ଜୀଶାନ୍ ଅହମଦଙ୍କୁ ଆନୁଷ୍ଠାନିକ ଅଧିକାର ମିଳି ସାରିଛି।

ଏନେଇ ଫିଲ୍ମ ନିର୍ମାତା ଶିବା ଶର୍ମା କହିଛନ୍ତି- ‘ଦ ଅନ୍‌ଟୋଲ୍ଡ ବାଜପେୟୀ’ ମୋର ସବୁଠାରୁ ଅଧିକ ମହତ୍ତ୍ୱକାଂକ୍ଷୀ ଯୋଜନା ମଧ୍ୟରୁ ଗୋଟିଏ। ଆଉ ଏହାକୁ ନେଇ ମୁଁ ବହୁତ ଗୌରବ ଅନୁଭବ କରେ। ବାଜପେୟୀଙ୍କ ଭଳି ଜଣେ ହିରୋଙ୍କ କାହାଣୀକୁ ମୁଁ ପରଦାରେ ଦେଖାଇବାକୁ ଯାଉଥିବାରୁ ବହୁତ ଖୁସି ଅଛି।

ସେ ଆହୁରି କହିଛନ୍ତି, “ମୋର ବିଶ୍ୱାସ ଯେ ଦେଶର ସବୁ ଲୋକ ବାଜପେୟୀଙ୍କ ଜୀବନରେ ଘଟିଥିବା ସବୁ କଥା ବିଷୟରେ ଜାଣି ନାହାନ୍ତି। ଏ ବହିଟିକୁ ପଢ଼ିବା ପରେ ତାଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ଉପରେ ମୁଁ ଜାଣିବାକୁ ପାଇଲି। ସେହିଭଳି ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ହୋଇଥିବା ଅନେକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଲି।”

ସେହିପରି ଜୀଶାନ ଅହମ୍ମଦ କହିଛନ୍ତି, “ଏହି ଫିଲ୍ମ ପାଇଁ ସ୍କ୍ରିପ୍ଟ୍ ଲେଖା କାମ ଆରମ୍ଭ ହୋଇସାରିଛି। ସ୍କ୍ରିପ୍ଟ୍‌ ଲେଖା ହୋଇଯିବା ପରେ ଆମେ ଫିଲ୍ମର ନିର୍ଦ୍ଦେଶକ ଓ କଳାକାରଙ୍କ ନାଁ ଘୋଷଣା କରିବୁ। ବର୍ତ୍ତମାନ ଫିଲ୍ମର ନାଁ ‘ଦ ଅନ୍‌ଟୋଲ୍ଡ ବାଜପେୟୀ’ ରହିଛି।”

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ଅସୁସ୍ଥ ରହିବା ପରେ ଗତବର୍ଷ ଅଗଷ୍ଟ ୧୬ ତାରିଖରେ ବାଜପେୟୀଙ୍କର ପରଲୋକ ହୋଇଥିଲା।



from Odisha Reporter https://ift.tt/327H9aB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages