ତୁରେଇକେଲାରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 27, 2019

ତୁରେଇକେଲାରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ  

କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକ ତୁରେଇକେଲାରେ କିଛି ଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନୂଆପଡ଼ା ଜିଲ୍ଲାରୁ ୨୫ରୁ ଊର୍ଦ୍ଧ୍ୱ ହାତୀ ଥିବ ଏକ ପଲ ଆସି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। କେତେବେଳେ ଚାଷ ଜମିରେ ପଶି ଏହି ପଲ ଫସଲ ନଷ୍ଟ କରୁଛନ୍ତି ତ  କେତେବେଳେ ଗାଁରେ ପଶି ତାଣ୍ଡବ ରଚୁଛନ୍ତି।

ହାତୀପଲ ଆଜି ଗଡ଼ଗଡ଼ବାହାଲ ଗାଁ ନିକଟ ଚାଷ ଜମିରେ ପଶିଛନ୍ତି। ସେମାନେ ସେଠାରେ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ କରି ଦେଇଥିବା ଜଣାଯାଇଛି।  ଗୋଟିଏ ପଟେ ଲଗାଣ ବର୍ଷା ଦାଉ ସାଧୁଥିବା ବେଳେ ହାତୀ ଉପଦ୍ରବକୁ ଦେଖି ମୁଣ୍ଡରେ ହାତ ଦେଲେଣି ଚାଷୀ।

ଖବର ପାଇ ହାତୀପଲକୁ ଘଉଡ଼ାଇବାକୁ ବନବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ହେଲେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ। ସନ୍ଧ୍ୟା ହେଲେ ଘରୁ ବାହାରିବା ସମ୍ଭବ ହୋଇପାରୁନି। ସେପଟେ ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।



from Odisha Reporter https://ift.tt/2NyMS5g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages