ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ବସ୍ ଧକ୍କାରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି। ତାଙ୍କ ନାଁ ଧର୍ମାନନ୍ଦ ବଗର୍ତ୍ତି। ସେ ମଥୁରା ଗାଁର ବିଶିକେଶନ ବଗର୍ତ୍ତିଙ୍କ ପୁଅ। ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ।
ଆଜି ସକାଳେ ଧର୍ମାନନ୍ଦ ସାଇକେଲ୍ରେ ଯାଉଥିବା ବେଳେ ବସ୍ଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ବସ୍ଟିକୁ ଜବତ କରିବା ସହ ଉଭୟ ଡ୍ରାଇଭର୍ ଓ ହେଲପର୍ଙ୍କୁ ଅଟକ ରଖିଛି। ବସ୍ଟି ମୁଖିଗୁଡ଼ାରୁ ଭବାନୀପାଟଣା ଯାଉଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ଗ୍ରାମବାସୀଙ୍କ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।
from Odisha Reporter https://ift.tt/2MNO85c
No comments:
Post a Comment