ଗଣେଶଙ୍କ କେଉଁ ଅଙ୍ଗ ଆମକୁ କ’ଣ ଦିଏ ଶିକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 31, 2019

ଗଣେଶଙ୍କ କେଉଁ ଅଙ୍ଗ ଆମକୁ କ’ଣ ଦିଏ ଶିକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଣେଶ। ଗଣମାନଙ୍କ ଈଶ ବା ସ୍ୱାମୀ। ଉମା ପୁତ୍ର ଗଣେଶଙ୍କୁ ଏହି ଭଳି ଭାବରେ ହିନ୍ଦୁ ଧର୍ମଶାସ୍ତ୍ରରେ ଗ୍ରହଣ କରାଯାଇଛି। ସେ ହେଉଛନ୍ତି ଭାରତୀୟ ଧର୍ମଧାରାର ସବୁଠାରୁ ମାର୍ମିକ ଓ ଶିକ୍ଷାପୂର୍ଣ୍ଣ ଚରିତ୍ର। ଯାହାଙ୍କ ଶରୀର ଗଠନ ଶୈଳୀ ଅନ୍ୟ ଦେବତା ତଥା ଦେବୀଙ୍କ ତୁଳନାରେ ଭିନ୍ନ।

ତେବେ, ଆପଣ ଜାଣନ୍ତି କି ଗଣେଶଙ୍କ ଶରୀର ଗଠନ ଏମିତି କାହିଁକି ? ହୁଏତ ଆମର ଏ ପ୍ରଶ୍ନକୁ ଆପଣ ଅତି ସହଜ ଭାବୁଥିବେ। ମା’ ପାର୍ବତୀଙ୍କ ଦେହର ମଳୁଖରୁ ଜୀବନ୍ୟାସ ପାଇଥିବା ଗଣେଶ ପିତା ମହାଦେବଙ୍କ ଦ୍ୱାରା ଶିର ଛେଦନ ପରେ ହାତୀର ମସ୍ତକକୁ ଧାରଣ କରିଥିଲେ। ବାସ୍‌, ଏଇଆ ହିଁ ଉତ୍ତର ଆପଣ ଦେବେ।

ହେଲେ ଆମେ ଆପଣଙ୍କ ଭିନ୍ନ କିଛି ଜଣାଇବାକୁ ଯାଉଛୁ। ଗଣେଶ ଆମ ସାମାଜିକ ଜୀବନର ଏକ ପ୍ରତୀକାତ୍ମକ ବିଗ୍ରହ। ଯାହାଙ୍କଠାରୁ ମଣିଷଟିଏ ବହୁତ କିଛି ଶିଖିବାର ଅଛି। ହିନ୍ଦୁ ଶାସ୍ତ୍ରଗୁଡିକରେ ଦେବତାଙ୍କର ବର୍ଣ୍ଣନା ସବୁବେଳେ କିଛି ନା କିଛି ଶିକ୍ଷା ଦେଇଥା’ନ୍ତି। ଏଣୁ ଏହି କ୍ରମରେ ଦେଖିଲେ ଗଣେଶ ଆମ ସମାଜ ପାଇଁ ସବୁଠାରୁ ବଡ଼ ଶିକ୍ଷାଦାତା ବିଗ୍ରହ ବୋଲି କହିପାରିବା।

ବିଶାଳ ମସ୍ତକ: ଗଣେଶଙ୍କ ବଡ଼ ମୁଣ୍ଡ ସବୁଠାରୁ ବଡ଼ ବା ଶ୍ରେଷ୍ଠ ହୁଏ ବୋଲି ସଂକେତ ଦେଉଛି। ଉଚ୍ଚ ଚିନ୍ତା, ଉତ୍ତମ ଚିନ୍ତା ଓ ଭଲ ଚିନ୍ତା, ଏ ସମସ୍ତ ବଡ଼ ପର୍ଯ୍ୟାୟ ବାଚକ। ଏଣୁ ଆମେ ଉଚ୍ଚ ବା ଉତ୍ତମ ଚିନ୍ତା କଲେ ସମାଜର ଶ୍ରେଷ୍ଠ ସ୍ତରକୁ ଯାଇପାରିବା।

ବଡ଼ କାନ: ଗଣେଶଙ୍କୁ ଶୂର୍ପକର୍ଣ୍ଣ ବୋଲି କୁହାଯାଏ। ଓଡ଼ିଆ ଓ ସଂସ୍କୃତରେ ଶୂର୍ପର ଅର୍ଥ ହେଉଛି କୁଲା। ଗଣେଶଙ୍କ ବଡ଼ କାନ ଥିବାରୁ ତାଙ୍କୁ ଶୂର୍ପକର୍ଣ୍ଣ କୁହାଯାଏ। କୁଲାର କାମ ହେଉଛି ଭଲ ବା ସାର ଜିନିଷକୁ ନିଜ ପାଖରେ ରଖି ଖରାପ ବା ଅଦରକାରୀ ଦ୍ରବ୍ୟକୁ ଉଡାଇ ଦେବା। ଏଣୁ ଗଣେଶ ଆମକୁ ଉଚିତ୍‌ କଥା ଶୁଣି ଖରାପ କଥାକୁ ଦୂରେଇ ଦେବାକୁ ସଙ୍କେତ ଦିଅନ୍ତି।

ଛୋଟ ଚକ୍ଷୁ: ଏକାଗ୍ରତାର(concentration) ପ୍ରତୀକ ହେଉଛି କ୍ଷୁଦ୍ର ଚକ୍ଷୁ। ଗଣେଶଙ୍କ ଏତେ ବିଶାଳ ଦେହରେ ଏମିତି କ୍ଷୁଦ୍ର ଚକ୍ଷୁ ରହିବାର ଏହା ହିଁ କାରଣ। ମଣିଷ ଏକାଗ୍ରଚିତ୍ତ ହେଲେ ସବୁ କର୍ମରେ ମନୋନିବେଶ କରିବ ଓ କୃତକାର୍ଯ୍ୟ ହେବ। ଠିକ୍‌ ଗଣେଶଙ୍କ ଭଳି।

ବଡ଼ ପେଟ: ଗଣେଶଙ୍କୁ ଲମ୍ବୋଦର ମଧ୍ୟ କୁହାଯାଏ। ବଡ଼ ପେଟ ଏହାର ହିଁ ସଙ୍କେତ। ଆମେ ଜାଣୁ ଯେ, ଯାବତୀୟ ଖାଦ୍ୟ ପେଟ ଭିତରେ ପାଚନ ହୋଇଥାଏ । ଯାହା ଆମକୁ ସୁସ୍ଥ ରଖେ। ତେବେ ଗଣେଶଙ୍କ ବଡ଼ ପେଟ ମଣିଷ ଜୀବନର ସୁଖ ଦୁ‍ଖର ପାଚନ ଭାଣ୍ଡ ବା ହାଣ୍ଡି ବୋଲି ଅଭିହିତ କରାଯାଇ ପାରେ। ଜୀବନରେ ଯେତେ ବଡ଼ ସୁଖ ବା ଦୁଃଖ ଆସୁ, ଅତି ସହଜରେ ଆମେ ତାକୁ ହଜମ କରିପାରିଲେ ଗୋଟିଏ ଶୃଙ୍ଖଳିତ ଜୀବନ ଆମେ ଜିଇଁ ପାରିବା। ଲମ୍ବୋଦର ଗଣେଶ ଏହି ସତ୍ୟର ହିଁ ପ୍ରତିକାତ୍ମକ ବିଗ୍ରହ।

ଶୁଣ୍ଢ: ହାତୀର ଶୁଣ୍ଢ ହେଉଛି ପରିଚୟ। ଏହା ମାଧ୍ୟମରେ ସେ ବଞ୍ଚିବା ପାଇଁ ଖାଦ୍ୟ ସଂଗ୍ରହ କରିଥାଏ। ଏହା ତାର ଆତ୍ମବିଶ୍ୱାସ ଓ କ୍ଷମତାର ପ୍ରତୀକ। ଭଗବାନ ଗଣେଶ ହାତୀର ମସ୍ତକ ଧାରଣ କରି ଶୃଣ୍ଢରେ ଲଡୁ, ମୋଦକ ଓ ଫଳ ଆଦି ପ୍ରସାଦକୁ ଗ୍ରହଣ କରିଥାନ୍ତି। ଯାହା ସମଗ୍ର ଶରୀରର କ୍ଷମତାର କେନ୍ଦ୍ର ବୋଲି କୁହାଯାଏ। ଏଣୁ ସବୁ କର୍ମରେ ମଣିଷ ଦକ୍ଷ ହେବା ସହ ଆତ୍ମ ବିଶ୍ୱାସର ସହ କାର୍ଯ୍ୟ ସମ୍ପାଦନ କରିବାକୁ ଗଣେଶଙ୍କ ବିଗ୍ରହ ଆମକୁ ସଙ୍କେତ ଦିଅନ୍ତି।

କ୍ଷୁଦ୍ର ପାଟି: ଗଣେଶଙ୍କ ଛୋଟିଆ ପାଟି ବା ଅଧର ଆମକୁ କମ୍‌ କଥା କହିବାକୁ ସଙ୍କେତ ଦେଇଥାଏ। ଅଯଥା ଏବଂ ବହୁତ କଥା କହିବା ଦ୍ୱାରା ପ୍ରଜ୍ଞା ହ୍ରାସ ପାଇଥାଏ। ଏଣୁ ଗଣେଶଙ୍କଠାରୁ ସ୍ୱଳ୍ପ କଥନକୁ ଜୀବନର ଆଧାର କରି ବଞ୍ଚିବା ଉଚିତ୍‌।

ମୂଷା ଓ ଲଡ଼ୁରେ ବି ରହିଛି ଶିକ୍ଷଣୀୟ କଥା
ମୂଷା: ମୂଷା ହେଉଛି ଲୋଭୀ ପ୍ରଜାତିର ଜୀବ ଯିଏ ଅଯଥାରେ ଖାଦ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଥାଏ । ଏଣୁ ଗଣେଶ ତାକୁ ବାହନ କରି ତା ଉପରେ ଆସୀନ ହୁଅନ୍ତି। ମୂଷାକୁ ବା ଲୋଭକୁ ଆୟତ୍ତ କରିବାକୁ ସଙ୍କେତ ଦିଅନ୍ତି ଗଣପତି। ଏଣୁ ଆମେ ମଧ୍ୟ ଆମ ଜୀବନରେ ଲୋଭକୁ ଆୟତ୍ତ କରି ପାରିଲେ ଜଣେ ଉତ୍ତମ ମନୁଷ୍ୟ ହୋଇପାରିବା।

ଲଡୁ: ଗଣେଶଙ୍କ ପ୍ରିୟ ପ୍ରସାଦ ହେଉଛି ଲଡ଼ୁ। ଛୋଟ ଛୋଟ ବୁନ୍ଦି ଅଥବା ଖାଦ୍ୟ ଶସ୍ୟ(ରାଶି, ନଡିଆ ତଥା ଅନ୍ୟ କିଛି ହୋଇପାରେ)କୁ ଏକାଠି କରି ଗୋଟିଏ ଆକୃତିରେ ପ୍ରସ୍ତୁତ କରାଯାଇଥିବା ଦ୍ରବ୍ୟ ହେଉଛି ଲଡୁ। ଯାହା ଏକତା ଓ ସମୃଦ୍ଧିର ପ୍ରତୀକ। ସମାଜକୁ ଆଗକୁ ବଢାଇବାକୁ ହେଲେ ସବୁ ଗୋଷ୍ଠୀବାଦକୁ ନଷ୍ଟ କରି ଆମେ ଏକତାର ସୂତ୍ରରେ ବନ୍ଧା ହେବା ଆବଶ୍ୟକ।



from Odisha Reporter https://ift.tt/34pWBB8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages