ଭଦ୍ରକରେ ଲୋକାଲ ବସ୍‌ ଚଳାଚଳ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଭଦ୍ରକରେ ଲୋକାଲ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ ଅଞ୍ଚଳକୁ ଆଜି ଲୋକାଲ ବସ୍‌ ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ସକାଳ ୬ଟା ଯାଏ ଏହା ଲାଗୁ ରହିବ। ଭଦ୍ରକ ବସ୍‌ ସିଣ୍ଡିକେଟ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଲୋକାଲ୍ ବସ୍‌ଗୁଡ଼ିକ ବିଭିନ୍ନ ଗ୍ରାମାଞ୍ଚଳ ଓ ବ୍ଲକ୍‌ ଅଞ୍ଚଳକୁ ଚଳାଚଳ କରୁଛି। ହେଲେ ଏହି ସବୁ ରୁଟ୍‌ରେ ବହୁ ସଂଖ୍ୟାରେ ଟାଟା ଏସି, ଟାଟା ମ୍ୟାଜିକ୍‌ ଗାଡ଼ି  ମଧ୍ୟ ଯାତାୟତ  କରୁଛି।  ବସ୍‌ ପହଞ୍ଚିବା ପୂର୍ବରୁ ସେମାନେ ଯାତ୍ରୀଙ୍କୁ ଉଠାଇ ନେଉଛନ୍ତି। ଯେଉଁଥିପାଇଁ ବସ୍‌ଗୁଡ଼ିକ ଖାଲିରେ ଯିବା ସହ ଏହାର ମାଲିକଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଛି।

ଏନେଇ ଆଞ୍ଚଳିକ ପରିବହନ ନିଗମ, ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।  ଶେଷରେ ବାଧ୍ୟ ହୋଇ ଭଦ୍ରକ ବସ୍ ସିଣ୍ଡିକେଟ୍‌ ଲୋକାଲ୍ ରୁଟ୍‌ରେ ବସ୍‌ଚଳାଚଳ ବନ୍ଦ କରିଛି।



from Odisha Reporter https://ift.tt/2PnTdTM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages