ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ସରକାରଙ୍କ ଘୋଷଣା ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏବେ ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଜାରି ରହିଛି। ଆଜି ଭଙ୍ଗାଯିବ ସିଂହଦ୍ୱାର ସମ୍ମୁଖରେ ଥିବା ଦ୍ୱାଦଶ ଶତାବ୍ଦୀର ଏମାର ମଠ। ଏହା ପୂର୍ବରୁ ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଛି।
ସେହିପରି ଉଚ୍ଛେଦ ହେବାକୁ ଥିବା ବ୍ରିଟିଶ୍ ଅମଳର ରଘୁନନ୍ଦନ ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକ ଓ ନଥିପତ୍ର ସ୍ଥାନାନ୍ତର କାମ ମଧ୍ୟ ସରିଛି। ଏମାର ମଠ ସହ ଆହୁରି ୭ଟି ପୁରୁଣା ମଠ ଭଙ୍ଗା ଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏମାର ମଠ ପରିସରରେ ଥିବା କର୍ମଚାରୀଙ୍କ ଘର ଉଚ୍ଛେଦ ପରେ ଖୋଲା ଆକାଶ ତଳେ କିଛି ଲୋକେ ଆସବାବପତ୍ର ଧରି ବସି ରହିଥିବା ଦେଖିବାକୁ ମିଳିଥିଲା। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବଗଲା ଧର୍ମଶାଳାରେ ୩ଟି ରୁମରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ଥଇଥାନ ଦାବି କରିଛନ୍ତି ଲୋକେ।
from Odisha Reporter https://ift.tt/30NBTJi
No comments:
Post a Comment