ବାସ୍ତୁଦୋଷ ଯୋଗୁ ପ୍ରଭାବିତ ହୋଇପାରେ ପିଲାଙ୍କ ପାଠପଢ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

ବାସ୍ତୁଦୋଷ ଯୋଗୁ ପ୍ରଭାବିତ ହୋଇପାରେ ପିଲାଙ୍କ ପାଠପଢ଼ା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଦେଖାଯାଏ, ଭଲ ଛାତ୍ରଛାତ୍ରୀମାନେ ଘରେ ପାଠପଢ଼ା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସେମାନେ ଅଧିକ ସମୟ ଧରି ପଢ଼ା ଟେବୁଲ୍‌ ପାଖରେ ବସି ପାରନ୍ତି ନାହିଁ। ଏଣୁ ଅନେକ ସମୟରେ ଅଭିଭାବକମାନେ ରାଗି ସେମାନଙ୍କୁ ଗାଳିଗୁଲଜ ବି କରନ୍ତି। ସେହିପରି ଆଉ କିଛି କ୍ଷେତ୍ରରେ ପିଲାମାନେ ପଢ଼ାପଢ଼ି କରୁଥିଲେ ମଧ୍ୟ ସେମାନେ ସେହି ଅନୁସାରେ ସଫଳତା ପାଆନ୍ତି ନାହିଁ। ହୋଇଥାଇପାରେ, ସେମାନେ ଅଧିକ ସମୟ ପଢ଼ାପଢ଼ି କରୁଥିଲେ ମଧ୍ୟ ପାଠକୁ ବୁଝିବାରେ ଓ ତାକୁ ଠିକ୍‌ ଢଙ୍ଗରେ ଲେଖିବାରେ ବିଫଳ ହେଉଥିବେ। ଏଭଳି କ୍ଷେତ୍ରରେ ଅଭିଭାବକ ଓ ଶିକ୍ଷକମାନେ ସେମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ୍। ତେବେ ଏସବୁ ପଛରେ ଆଉ ଏକ କାରଣ ଥାଇପାରେ। ତାହା ହେଉଛି ଘରର ବାସ୍ତୁଦୋଷ। ଘରର ବାସ୍ତୁଦୋଷ ମଧ୍ୟ ପିଲାମାନଙ୍କ ପାଠପଢ଼ା ଓ କ୍ୟାରିୟରରେ ବାଧା ସୃଷ୍ଟି କରିଥାଏ। ତା’ହେଲେ ଜାଣି ନିଅନ୍ତୁ, ଏଭଳି ସ୍ଥିତିରେ ବାସ୍ତୁ ଅନୁଯାୟୀ କେଉଁ କଥାଗୁଡ଼ିକୁ ଗୁରୁତ୍ୱ ଦେବେ।

– ଘରର ଉତ୍ତର ଦିଗରେ କୌଣସି ଓଜନିଆ ଜିନିଷ ରଖନ୍ତୁ ନାହିଁ। ଏହି ଦିଗରେ କୌଣସି ପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତୁ। ଏଥିସହ ମା’ ସରସ୍ୱତୀ ଅବା କୌଣସି ସଫଳ ବ୍ୟକ୍ତିଙ୍କର ଫଟୋ କାନ୍ଥରେ ଲଗାନ୍ତୁ। ଏହା ସକାରାତ୍ମକ ପ୍ରଭାବ ପକାଇବ ଓ ପିଲାଙ୍କର ପାଠପଢ଼ାରେ ମନ ଲାଗିବ।

– ବେଡ୍‌ରେ ପିଲାମାନେ ଶୋଇବା ବେଳେ ମୁଣ୍ଡ ପାଖରେ ବହି ଗଦା କରି ରଖିବାକୁ ଦିଅନ୍ତୁ ନାହିଁ। ଏହା ସଫଳତାର ମାର୍ଗରେ ବାଧା ସୃଷ୍ଟି କରିଥାଏ।

– ମୟୂର ପରରେ ନକାରାତ୍ମକ ଶକ୍ତି ଦୂର କରିବାର ଶକ୍ତି ରହିଥାଏ। ଏହାକୁ ଘରେ ରଖିବା ଶୁଭ ବୋଲି ଧରାଯାଏ। ଏହାକୁ ପିଲାଙ୍କ ଷ୍ଟଡି ରୁମ୍‌ରେ ରଖିଲେ ବାସ୍ତୁଦୋଷ ଦୂର ହୋଇଥାଏ ଓ ପାଠପଢ଼ାରେ ସେମାନଙ୍କ ମନ ଲାଗିଥାଏ।

– ଘରେ ପୂଜା କଲା ବେଳେ ଯଦି ପାରୁଛନ୍ତି ପଦ୍ମଫୁଲ ବ୍ୟବହାର କରନ୍ତୁ। ଏହାଦ୍ଵାରା ଶୁଭଫଳ ମିଳିଥାଏ। ପିଲାମାନେ ମାନସିକ ଭାବେ ଶାନ୍ତି ଅନୁଭବ କରିବା ସହ ପାଠପଢ଼ାରେ ମନ ଦିଅନ୍ତି।



from Odisha Reporter https://ift.tt/2YUQRiS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages