ପପୁ କହିଲେ- ମୋତେ ଦୋଷ ଦିଅନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ପପୁ କହିଲେ- ମୋତେ ଦୋଷ ଦିଅନ୍ତୁ ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜର ଅପ୍‌କମିଙ୍ଗ୍ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟର୍‌କୁ ନେଇ ବିବାଦ ଦେଖାଯିବା ପରେ ମୁହଁ ଖୋଲିଛନ୍ତି ହାସ୍ୟ ଅଭିନେତା ପପୁ ପମ୍‌ ପମ୍‌।

ସେ କହିଛନ୍ତି,“ଏ କନ୍‌ସେପ୍ଟ ମୋର ନୁହେଁ। ଏ ନେଇ ମୁଁ ପ୍ରଯୋଜକଙ୍କ ସହିତ ବି କଥା ହୋଇଥିଲି। ଏହା ଆମ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ ବୋଲି ସେ ମୋତେ କହିଥିଲେ। ତେଣୁ ଯିଏ ପୋଷ୍ଟର୍‌କୁ ପୋଷ୍ଟ୍ କରିଛି, ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।’

ପପୁ କହିଛନ୍ତି,“ଏ ଘଟଣାରେ ମୋତେ ଦୋଷ ଦିଅନ୍ତୁ ନାହିଁ। ମୋର ୧୦ ହଜାର ଫଟୋ ଇଣ୍ଟରନେଟ୍‌ରେ ବୁଲୁଛି। ମୋ ଫଟୋ ନେଇ ଯିଏ ଯାହା କରିଦେଲେ, ମୁଁ କ’ଣ ସେଥିପାଇଁ ଦୋଷୀ ହେବି। ମୁଁ ନାରୀମାନଙ୍କୁ ଅସମ୍ମାନ କରେ ନାହିଁ। ମୋର ବି ମା’, ଭଉଣୀ, ସ୍ତ୍ରୀ ଓ ଝିଅ ଅଛନ୍ତି। ତେଣୁ ଯିଏ ଭଲକୁ ଭେଲ କରିଛି, ତାକୁ ଖୋଜାଯାଉ। ମୋ ନାଁରେ କେସ୍‌ ଦିଆଯାଇଛି। ସେମିତି ହୁଏନି। ଯିଏ ଦୋଷ କରିଛି, ତାକୁ ଖୋଜା ଯାଉ।”

ଫିଲ୍ମର ପୋଷ୍ଟରକୁ ଦୌଡ଼ରାଣୀ ଦୂତି ଚାନ୍ଦ ତୀବ୍ର ସମାଲୋଚନା କରିଥିବା ବେଳେ ପପୁ ପମ୍‌ ପମ୍ କହିଛନ୍ତି,“ଫିଲ୍ମରେ ମୁଁ ଦୂତି ଚାନ୍ଦଙ୍କୁ ବହୁତ ପ୍ରଶଂସା କରିଛି। ଏ ଫିଲ୍ମ ନାରୀ ସଶକ୍ତିକରଣର କଥା କହିଛି। ମହିଳାମାନଙ୍କୁ ସମ୍ମାନ ଦେଇ ଏହି ସିନେମାଟି କରାଯାଇଛି। ମୁଁ ଏ ଫିଲ୍ମରେ ମହିଳାମାନଙ୍କୁ ଯେତିକି ସମ୍ମାନ ଦେଇଛି, ଆଜି ପର୍ଯ୍ୟନ୍ତ କୌଣସି ଓଡ଼ିଆ ସିନେମାରେ ତାହା ହୋଇଥିବ କି ନାହିଁ ସନ୍ଦେହ। କାରଣ ଫିଲ୍ମର କାହାଣୀ ମୁଁ ନିଜେ ଲେଖିଛି।”

ଉକ୍ତ ବିବାଦୀୟ ପୋଷ୍ଟର ପପୁଙ୍କ ହ୍ୱାଟ୍‌ସ ଆପ୍ ଷ୍ଟାଟସ୍‌ରେ ଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହାର ବି ସ୍ପଷ୍ଟୀକରଣ ସେ ଦେଇଛନ୍ତି। ସେ କହିଛନ୍ତି- ‘ମିଷ୍ଟର କହ୍ନେୟା’ର ଯେ କୌଣସି ପୋଷ୍ଟର ବା ଚିତ୍ର ଆସେ ମୁଁ ରଖି ନିଏ। କାରଣ ମୁଁ ଭାବେ ଏହାର ପ୍ରମୋସନ୍ ହେଉଛି। ସେମିତି କିଛି ଭାବି ଏ ପୋଷ୍ଟରଟିକୁ ରଖି ନେଇଥିବି। କିନ୍ତୁ ବିବାଦ ହେଲା ପରେ ଉଡ଼ାଇ ଦେଲି।

୭ ଜଣ ଝିଅ ତଳେ ଆଣ୍ଠେଇ ବସିଥିବା ଓ ସେମାନଙ୍କଠାରେ ଲାଗିଥିବା ରଶିକୁ ଧରି ସାରଥି ଷ୍ଟାଇଲ୍‌ରେ ପପୁ ଛିଡ଼ା ହୋଇଥିବା ଫଟୋକୁ ସୋଶାଲ୍ ମିଡିଆରେ ଦେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ପପୁ ଓ ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଏଫ୍‌ଆଇଆର୍‌ ଦେଇଛନ୍ତି।

ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି,“ଫିଲ୍ମର ପ୍ରଡକ୍ସନ୍ ହାଉସ୍ ନାଁରେ ମାମଲା ରୁଜୁ ହୋଇଛି। ପ୍ରଡକ୍ସନ୍ ହାଉସ୍‌କୁ ଡାକି ପ୍ରାଥମିକ ଭାବେ ପଚରାଉଚରା କରାଯିବ। ପୋଷ୍ଟରଟି କିଏ ପ୍ରକାଶ କରିଛି, ତାହାର ତଦନ୍ତ ହେବ।”

ସୂଚନା ଅନୁଯାୟୀ, ‘ମିଷ୍ଟର କହ୍ନେୟା’ ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୭ତମ ଚଳଚ୍ଚିତ୍ର। ଫିଲ୍ମରେ ପପୁଙ୍କ ସହ ଲିଡ୍‌ ରୋଲ୍‌ରେ ରହିଛନ୍ତି ଝିଲିକ୍‌। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ।



from Odisha Reporter https://ift.tt/2ZaH9sQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages