ବରିଷ୍ଠ ସାମ୍ବାଦିକ ରଣଜିତ୍ ଗୁରୁଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ବରିଷ୍ଠ ସାମ୍ବାଦିକ ରଣଜିତ୍ ଗୁରୁଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ସାମ୍ବାଦିକ ରଣଜିତ୍‌ ଗୁରୁଙ୍କର ପରଲୋକ ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ସଂକ୍ରମଣ ଜନିତ ଅସୁସ୍ଥତା ଯୋଗୁ ଗତ ୧ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ତାଙ୍କ ବିୟୋଗରେ ରାଜ୍ୟ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳି ଯାଇଛି।

ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ ମହଖଣ୍ଡ ଗାଁରେ ଶ୍ରୀ ଗୁରୁ ଜନ୍ମ ହୋଇଥିଲେ। ସମ୍ବଲପୁର ଟାଉନ୍ ହାଇସ୍କୁଲ୍ ଓ ଗଙ୍ଗାଧର ମେହେର କଲେଜରେ ଶିକ୍ଷା ଲାଭ କରିବା ପରେ ସେ ରାଜନୀତି ବିଜ୍ଞାନର ଛାତ୍ର ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗରେ ଅଧ୍ୟୟନ କରି ଏମ୍‌.ଏ ଓ ଏମ୍‌.ଫିଲ୍ ଡିଗ୍ରୀ ହାସଲ କରିଥିଲେ। ତା’ପରେ ସାମ୍ବାଦିକତା ବୃତ୍ତି ପରି ଆକୃଷ୍ଟ ହୋଇଥିଲେ। ୧୯୮୪ ମସିହାରେ ସେ ‘ସମ୍ବାଦ’ରେ ଯୋଗ ଦେଇଥିଲେ।

ସ୍ୱର୍ଗତ ଶ୍ରୀ ଗୁରୁଙ୍କର ନାଟକ ପ୍ରତି ମଧ୍ୟ ରୁଚି ଥିଲା। କଲେଜ ଜୀବନରୁ ଆକାଶବାଣୀ ସମ୍ବଲପୁର ନାଟ୍ୟ ବିଭାଗର ଜଣେ ଏ-ଗ୍ରେଡ୍ କଳାକାର ହିସାବରେ ସେ ବହୁ ନାଟକରେ ଅଂଶ ଗ୍ରହଣ କରିଥିଲେ।



from Odisha Reporter https://ift.tt/2z4aCWA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages