ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ବରଗାଁର ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଶ୍ରୀକାନ୍ତ ନନ୍ଦ (୨୫)।
ସୂଚନାଅନୁସାରେ, ଶ୍ରୀକାନ୍ତ ବଲାଙ୍ଗିର ସହରରେ ଥିବା ଏକ କଦଳୀ ଗୋଦାମରେ କାମ କରୁଥିଲେ। ସେ ଗତ ୮ ତାରିଖରେ ଗୋଦାମକୁ ଯାଇଥିଲେ। ହେଲେ ରାତିରେ ଆଉ ଘରକୁ ଫେରି ନଥିଲେ। ତା’ପର ଦିନ ସକାଳେ ବରଗାଁ-ଅଇଁଲାସାରି ରାସ୍ତାରେ ତାଙ୍କ ଚଷମା ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାର କିଛି ସମୟ ପରେ ବଲାଙ୍ଗିର- ସମ୍ୱଲପୁର ରାଜରାସ୍ତାର ଫାସଡ଼ ସୁକତେଲ ବ୍ରିଜ୍ ନିକଟରୁ ତାଙ୍କ ବାଇକ୍ ମିଳିଥିଲା। ଏହାପରେ ଶ୍ରୀକାନ୍ତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଆଜି ସକାଳେ ଦୁର୍ଗାପାଲି ଗାଁ ନିକଟସ୍ଥ ସୁକତେଲ ନଦୀ ପଠାରୁ ଶ୍ରୀକାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଘଟଣାସ୍ଥଳରେ ସାଇଣ୍ଟିକ୍ଫିକ୍ ଟିମ୍ ସହିତ ବଲାଙ୍ଗିର ଏସ୍ଡିପିଓ ଶ୍ରୀମନ୍ତ ବାରିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଶ୍ରୀକାନ୍ତଙ୍କୁ ଅପହରଣ ପରେ ହତ୍ୟା କରି କେହି ନଦୀରେ ଭସାଇ ଦେଇଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରିଛନ୍ତି। ତେବେ ଶ୍ରୀକାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବଡ଼ଭାଇ ପୁଇଁତଳା ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଶ୍ରୀକାନ୍ତଙ୍କ କାହା ସହିତ ପୂର୍ବ ଶତ୍ରୁତା ଥିଲା, ସେ ବଲାଙ୍ଗିରରେ କେଉଁଠି କାମ କରୁଥିଲେ ଏସବୁ ଦିଗରୁ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2YVNaJB
No comments:
Post a Comment