ବାବୁ ଭାଇଜାନ୍‌- ଜଣେ ଓଡ଼ିଆ ଉଦ୍ୟୋଗପତିଙ୍କ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 10, 2019

ବାବୁ ଭାଇଜାନ୍‌- ଜଣେ ଓଡ଼ିଆ ଉଦ୍ୟୋଗପତିଙ୍କ କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡ଼ା ନଥିଲା।  ପ୍ୟାଣ୍ଟ୍‌ ବଦଳରେ ଗାମୁଛା ପିନ୍ଧି ସେ ସ୍କୁଲ୍‌ ଯାଉଥିଲେ।  ସ୍କୁଲ୍‌ରେ ଦିଆଯାଉଥିବା ମକା ଖିରି ଖାଇବା ପାଇଁ ଲାଇନ୍‌ରେ ଛିଡ଼ା ହେଉଥିଲେ।  ଯେଉଁ ବୟସରେ କେବଳ ଖଡ଼ି,ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡ଼ା ଧରିଲେ।  ଆଉ ଏବେ ସେ ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି। ଆମେ କହୁଛୁ, ବାଲେଶ୍ୱରର ଅବଦୁଲ ଅମିନ୍‌ ଖାନ୍‌ଙ୍କ ବିଷୟରେ। ଏହି ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କର ରହିଛି ଏମିତି ଏକ ସଂଘର୍ଷମୟ କାହାଣୀ। ଆଉ ତାଙ୍କର ଏହି ସଂଘର୍ଷମୟ ଜୀବନୀକୁ ନେଇ ନିର୍ମାଣ ହେଉଛି ଏକ ଓଡ଼ିଆ ଫିଲ୍ମ। ଏହା ନାଁ ରଖାଯାଇଛି ‘ବାବୁ ଭାଇଜାନ’।

‘ଖ୍ୱାଜା ଗରିବ୍ ନୱାଜ୍‌’ ପ୍ରଡକ୍ସନ୍‌ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ଅଭିନେତା  ଅରିନ୍ଦମ। ତାଙ୍କ ନାୟିକା ସାଜିବେ ଅଭିନେତ୍ରୀ ଶିବାନୀ। ଏଥିସହ ଫିଲ୍ମରେ ମିହିର ଦାସ, ବବି ମିଶ୍ର, ମନୋଜ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଓ ବିଦୁସ୍ମିତା ମଧ୍ୟ ଅଭିନୟ କରିବେ।

ନିକଟରେ ଫିଲ୍ମର ମହୁରତ୍‌ ଅନୁଷ୍ଠିତ ହୋଇଯାଇଛି। ଖୁବ୍‌ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ। ସନ୍ତୋଷ କୁମାର ଦାସଙ୍କ ପ୍ରଯୋଜିତ ‘ବାବୁ ଭାଇଜାନ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ତାପସ ସରଘରିଆ। ଫିଲ୍ମଟି ଦୁର୍ଗା ପୂଜାରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2Kul3cJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages