ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୬୪ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗର ୯ ଜଣ ଥିବା ବେଳେ ବିହାରର ୫ଜଣ ଅଛନ୍ତି। ଅନ୍ୟ ଶିଶୁମାନେ ସୋନପୁର, ଅନୁଗୋଳ, ଗଞ୍ଜାମ, ନୟାଗଡ ଓ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ଅପରେସନ୍ ପରୀ-୩ କାର୍ଯ୍ୟକ୍ରମ ଜରିଆରେ ଏହି ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ବୌଦ୍ଧ ଏସ୍ପି ସୁଧାଂଶୁ ଶେଖରଙ୍କ ତତ୍ତ୍ୱାବଧାନରେ ଜିଲ୍ଲାରେ ଥିବା ସମସ୍ତ ଢାବା ଓ ଜଳଖିଆ ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ କେବଳ ବୌଦ୍ଧ ଥାନା ଅଞ୍ଚଳରୁ ୩୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ମନମୁଣ୍ଡ ଥାନା ଅଞ୍ଚଳରୁ ୬, ବାଉଁଶୁଣୀ ଥାନା ଅଞ୍ଚଳରୁ ୧୨, ପୁରୁଣା କଟକ ଥାନା ଅଞ୍ଚଳରୁ ୫ ଓ କାମାଳ ଥାନା ଅଞ୍ଚଳରୁ ୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ଶିଶୁଙ୍କର ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ବୌଦ୍ଧ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା।
ଅଭିଭାବକମାନଙ୍କ ପରିଚୟ ପତ୍ର ଯାଞ୍ଚ ପରେ ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଉଳ ପ୍ରଧାନ କହିଛନ୍ତି।
from Odisha Reporter https://ift.tt/2ywty04
No comments:
Post a Comment