ଭାଇରାଲ୍‌ ହେଲା ସ୍କୁଲ ପିଲାଙ୍କ ଷ୍ଟଣ୍ଟ ଭିଡିଓ: ଲେକେ କହିଲେ ଏମାନଙ୍କୁ ଅଲିମ୍ପିକ୍‌ ପଠାଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଭାଇରାଲ୍‌ ହେଲା ସ୍କୁଲ ପିଲାଙ୍କ ଷ୍ଟଣ୍ଟ ଭିଡିଓ: ଲେକେ କହିଲେ ଏମାନଙ୍କୁ ଅଲିମ୍ପିକ୍‌ ପଠାଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ରେ କିଛିଦିନ ହେବ ଦୁଇଜଣ ସ୍କୁଲ ପିଲାଙ୍କର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଦୁଇଜଣ ରାସ୍ତାରେ ଚାଲୁଚାଲୁ ନିଜ ଜିମ୍ନାଷ୍ଟିକ୍‌ ଦକ୍ଷତା ଦେଖାଇଛନ୍ତି।  ଭିଡିଓ ମୁତାବକ ସର୍ବପ୍ରଥମେ ପୁଅଟି ପର୍ଫେକ୍ଟ ସମରସଲ୍ଟ ଓଲ୍‌ଟା ଡିଆଁ ମାରୁଛି, ପରେ ଝିଅଟି ବେଶ୍‌ ସୁନ୍ଦର ଭାବେ ଭାରସାମ୍ୟ ରକ୍ଷା କରି ଡବଲ୍‌ ସମରସଲ୍ଟ କରିଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସମସରସଲ୍ଟ କରିବା କୌଣସି ପିଲା ଖେଳ ନୁହେଁ। ଏଥିପାଇଁ ଜିମ୍ନାଷ୍ଟିକ୍‌ର ତାଲିମ ଦରକାର ହୁଏ। ଯେଉଁଠି ବଡ଼ ବଡ଼ ତାଲିମପ୍ରାପ୍ତ ଲୋକଙ୍କୁ ସମରସଲ୍ଟ କରିବାରେ କଷ୍ଟ ହୁଏ ସେଠି ଏହି ସ୍କୁଲ ପିଲା ଦୁଇଜଣ ବେଶ୍‌ ଆରାମରେ ଏହା କରି ଦେଖାଇଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଷ୍ଟଣ୍ଟ କରିବା ସମୟରେ ଦୁହିଁଙ୍କ କାନ୍ଧରେ ତାଙ୍କର ସ୍କୁଲ ବ୍ୟାଗ ମଧ୍ୟ ଥିଲା। ଆଉ ଆପଣ ତ ଜାଣିଥିବେ ସ୍କୁଲ ବ୍ୟାଗ କେତେ ଭାରି ଥାଏ! କାନ୍ଧରେ ଏତେ ଭାରି ବ୍ୟାଗ୍‌ର ଓଜନ ଥାଇ ମଧ୍ୟ ସେମାନଙ୍କର ଭାରସାମ୍ୟ ତିଳେ ମାତ୍ର ବିଗିଡ଼ି ନଥିଲା। ଦୁହେଁ ବଡ଼ ଆରାମ୍‌ରେ ସମରସଲ୍ଟ ଓ ଡବଲସମରସଲ୍ଟ କରିପାରିଥିଲେ।

ଏହି ଭିଡିଓକୁ ସୋଶାଲ୍‌ ମିଡିଆରେ ଅନେକ ଶେୟାର କରାଯାଉଛି। ଲେକମାନେ ଏହି ଭିଡିଓକୁ ଶେୟାର କରି କ୍ରୀଡ଼ା ମନ୍ତ୍ରାଳୟକୁ ଏହି ଦୁଇଜଜଣ ପିଲାଙ୍କ ଉପରେ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି। ଯାହାଫଳରେ ସେମାନଙ୍କୁ ପ୍ରଫେସନାଲ୍‌ ଟ୍ରେନିଂ ମିଳିବ ଓ ଭବିଷ୍ୟତରେ ସେମାନେ ଅଲମ୍ପିକ୍ସରେ ଭାରତର ନାଁ ରଖିପାରିବେ।



from Odisha Reporter https://ift.tt/2PsBvyi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages