ଲଜ୍ଜା: ଦିବ୍ୟାଙ୍ଗ ମହିଳାଙ୍କ ସହ ଗଣ ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଲଜ୍ଜା: ଦିବ୍ୟାଙ୍ଗ ମହିଳାଙ୍କ ସହ ଗଣ ଦୁଷ୍କର୍ମ

ରାୟପୁର: ଛତିଶଗଡ଼ ବିଳାସପୁରରେ ସବୁ ସୀମା ଟପିଛନ୍ତି ଯୌନ ପିପାସୁ। ଜଣେ ୨୨ ବର୍ଷୀୟ ମୂକ-ବଧିର ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ୫ ଜଣ ଯୁବକ। ସେମାନଙ୍କୁ ପୁଲିସ ଚିହ୍ନଟ କରି ଗିରଫ କରିଛି। ମଙ୍ଗଳବାର ବିଳାସପୁର ପୁଲିସ ଏହି ଲଜ୍ଜାକର ଘଟଣା ବାବଦରେ ସୂଚନା ଦେଇଛି।

ଅଗଷ୍ଟ ୨୫ ତାରିଖ ରାତିରେ ବିଳାସପୁର ଜିଲ୍ଲାରେ ଥିବା ମରଓ୍ୱାହି ପୁଲିସ ଷ୍ଟେସନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଷ୍ଟେସନ ହାଉସ ଅଫିସର(ଏସଏଚଓ) ପ୍ରଦୀପ ଆର୍ଯ୍ୟା ଆଜି ଏହି ସୂଚନା ଦେଇଛନ୍ତି। ଦିବ୍ୟାଙ୍ଗ ମହିଳା ଜଣଙ୍କ ବଜାରରୁ ଘରକୁ ଫେରିବା ବେଳେ ବାଟରେ ଜୋର ଜବରଦସ୍ତି ଏକ ମୋଟର ସାଇକେଲରେ ତାଙ୍କୁ ବସାଇ ଏକ ଅନ୍ଧାରୁଆ ସ୍ଥାନକୁ ନେଇଯାଇଥିଲେ ୫ ଜଣ ଯୁବକ। ସେଠାରେ ସେମାନେ ଗଣ ଦୁଷ୍କର୍ମ କରି ଚମ୍ପଟ ମାରିଥିଲେ।

ଦିବ୍ୟାଙ୍ଗ ମହିଳା ଜଣଙ୍କ ନିଜ ଘରକୁ ଫେରି ସମସ୍ତ ଘଟଣା ବାବଦରେ ପରିବାର ଲୋକଙ୍କ ଆଗରେ ବର୍ଣ୍ଣନା କରିଥିଲେ। ଏହାପରେ ପରିବାର ଲୋକେ ମରଓ୍ୱାହି ପୁଲିସ ଷ୍ଟେସନରେ ଏନେଇ ଏତଲା ଦେଇଥିଲେ।

ପୁଲିସ ତଦନ୍ତ ପାଇଁ ମୂକ ବଧିର ସ୍କୁଲର ଜଣେ ଶିକ୍ଷକଙ୍କ ସହାୟତା ନେଇଥିଲା। ଏହାପରେ ୫ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରି ପୁଲିସ୍ ଗିରଫ୍ କରିଛି। ତଦନ୍ତ ଚାଲିଛି ଏବଂ ଅଭିଯୋଗ ପ୍ରମାଣ ହେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କହିଛି।



from Odisha Reporter https://ift.tt/2zoibHF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages