ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲିଲା

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲାଯାଇଛି। ଗତକାଲି ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ଆଉ ୭ଟି ଗେଟ୍ ଖୋଲାଯାଇଛି। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୨୦. ୮୭ ମିଟର ରହିଛି।

ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ ବଢିଥିବାରୁ ଇବ୍ ନଦୀରେ ବର୍ଷା ପାଣି ଆସି ହୀରାକୁଦ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି। ଆଜି  ସକାଳ ସାଢ଼େ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୭୫ ହଜାର କ୍ୟୁସେକ୍ ଜଳ ପ୍ରବେଶ କରିଛି। ସେହିପରି ଏଠାରୁ ୨ ଲକ୍ଷ ୩୭ ହଜାର ୯୧୦ ଘନଫୁଟ୍  କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି।

ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲିବା ପରେ କଟକ ମୁଣ୍ଡଳିରେ ସର୍ବାଧିକ ୪ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସନ ହେବ ବୋଲି କହିଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ।



from Odisha Reporter https://ift.tt/33Li5b5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages