ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଅସିତ୍ ତ୍ରିପାଠୀ। କିଛି ଦିନ ତଳେ  ଆଦିତ୍ୟ ପ୍ରସାଦ ପାଢୀଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ସେ ୧୯୮୬ ବ୍ୟାଚ୍‌ର ‌ଆଇଏଏସ୍ ଅଧିକାରୀ।

ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି,“ଯେ କୌଣସି କାର୍ଯ୍ୟର ନିଷ୍ପତ୍ତି ତୁରନ୍ତ ନିଆଯିବ। ବିଭିନ୍ନ ଯୋଜନାରେ ପାରଦର୍ଶିତା ପାଇଁ 5T  ଉପରେ ଗୁରୁତ୍ୱ ଦିଆଯିବ। ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଫାଇଲ୍ ଛାଡ଼ିବା ଉପରେ ମୁଁ  ଗୁରୁତ୍ୱ ଦେବି।”

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ଆଦିତ୍ୟ ପ୍ରସାଦ ପାଢ଼ି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ଏଥିସହ ସେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି।



from Odisha Reporter https://ift.tt/2ZdPMyK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages