ନୂଆଦିଲ୍ଲୀ: ଆସାମରେ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍ଆରସି) ତାଲିକା ପ୍ରକାଶ ପାଇବା ପରେ ଦିଲ୍ଲୀରେ ବିଜେପି ମଧ୍ୟ ଏନଆରସି ତାଲିକା ପ୍ରକାଶ ପାଇଁ ଦାବି କରିଛି। ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିଓ୍ୱାରୀ କହିଛନ୍ତି ଦିଲ୍ଲୀରେ ଅନେକ ଲୋକ ରହୁଛନ୍ତି। ସେଥିମଧ୍ୟରୁ ଦିଲ୍ଲୀ ବାହାର ଲୋକଙ୍କ ସଂଖ୍ୟା ଅଧିକ। ଯେଉଁମାନେକି ଦିଲ୍ଲୀର ନାଗରିକ ମାନ୍ୟତା ପାଇ ସାରିଲେଣି। ଏହି ବାହାର ଲୋକ ଦିଲ୍ଲୀ ପାଇଁ ବିପଦ ସୃଷ୍ଟି କରୁଛନ୍ତି ବୋଲି ମନୋଜ ତିଓ୍ୱାରୀ କହିଛନ୍ତି। ଆସାମ ଭଳି ଦିଲ୍ଲୀରେ ମଧ୍ୟ ବିଜେପି ଏନଆରସି ଲାଗୁ କରିବ ବୋଲି ସେ କହିଛନ୍ତି।
BJP Delhi Chief Manoj Tiwari: National Register of Citizens (NRC) is needed in Delhi as situation is becoming dangerous. Illegal immigrants who have settled here are the most dangerous, we will implement NRC here as well. pic.twitter.com/3T2kEogFP5
— ANI (@ANI) August 31, 2019
ସୂଚନାଯୋଗ୍ୟ, ଆଜି ଆସାମରେ ଏନଆରସି ତାଲିକା ପ୍ରକାଶ ପାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଏହି ଏନଆରସି ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ବ୍ୟକ୍ତି ସାମିଲ୍ ହୋଇଥିବା ବେଳେ ୧୯ ଲକ୍ଷ ୬ ହଜାର ୬୫୭ ଜଣ ଏନଆରସି ତାଲିକାରୁ ବାଦ୍ ପଡ଼ିଛନ୍ତି।
from Odisha Reporter https://ift.tt/2zGIucc
No comments:
Post a Comment