ଜିଡିପି ଅଭିବୃଦ୍ଧି ହାର ୫%, ସମାଲୋଚନାର ଶରବ୍ୟ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 31, 2019

ଜିଡିପି ଅଭିବୃଦ୍ଧି ହାର ୫%, ସମାଲୋଚନାର ଶରବ୍ୟ ସରକାର

ନୂଆଦିଲ୍ଲୀ: ଦେଶର ଅଭିବୃଦ୍ଧି ହାର ବା ଜିଡିପି ତଳକୁ ଖସିବା ପରେ ଅର୍ଥନୀତି ନେଇ ଏବେ କାଠଗଡ଼ାରେ ମୋଦି ସରକାର। ବିରୋଧୀ ଗୋଟିଏ ପଟେ ସମାଲୋଚନା କରୁଥିବା ବେଳେ ସହଯୋଗୀ ମଧ୍ୟ ଆର୍ଥିକ ନୀତିକୁ ନେଇ ସମାଲୋଚନା କରିଛନ୍ତି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ଅଚ୍ଛେ ଦିନର ସ୍ଲୋଗାନ ଦେଉଥିବା ବିଜେପି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ତଳେ ପକାଇ ଦେଇଛନ୍ତି। ଉଭୟ ଅଭିବୃଦ୍ଧି ହାର ଏବଂ ଟଙ୍କାର ମୂଲ୍ୟ ମଜବୁତ ନଥିବା ବେଳେ ବେରୋଜଗାର ବଢ଼ି ଚାଲିଛି। ଦେଶର ଅର୍ଥ ବ୍ୟବସ୍ଥା ତଳକୁ ଖସୁଥିବାର କାରଣ ପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ନୂଆ ଆର୍ଥିକ ନୀତି ବିନା ଦେଶର ୫ ଲକ୍ଷ କୋଟି ଡଲାର ଅର୍ଥନୀତି ନୁହେଁ। କେବଳ ସାହସ କିମ୍ୱା ଜ୍ଞାନ ବଳରେ ଅର୍ଥ ବ୍ୟବସ୍ଥା ବଞ୍ଚି ପାରିବ ନାହିଁ। ଏଥିପାଇଁ ଉଭୟ ଦରକାର। ହେଲେ ଆମ ପାଖରେ ଏବେ କିଛି ବି ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଏପ୍ରିଲ-ଜୁନ ମାସର ଅଭିବୃଦ୍ଧି ହାର ପ୍ରକାଶ ପାଇଛି। ଯେଉଁଥିରେ ଜିଡିପି ୫.୮ ପ୍ରତିଶତରୁ ଖସି ୫ ପ୍ରତିଶତ ହୋଇଛି। ଏହି ଅଭିବୃଦ୍ଧି ହାର ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ କମ୍। ନିକଟରେ ଅଭିବୃଦ୍ଧି ହାର ୮ ପ୍ରତିଶତ ଥିବା ବେଳେ ଏବେ ୩ ପ୍ରତିଶତ କମି ୫ ପ୍ରତିଶତରେ ପହଞ୍ଚିବା କେନ୍ଦ୍ର ସରକାରର ଅର୍ଥନୀତିକ ନୀତିକୁ କାଠଗଡ଼ାରେ ଛିଡ଼ା କରିଛି। ଅନ୍ତିମ ଥର ପାଇଁ ୨୦୧୨-୧୩ରେ ଦେଶର ଜିଡିପି ୪.୯ ପ୍ରତିଶତ ଥିଲା।

ସେହିପରି ଆରବିଆଇ ମଧ୍ୟ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଡିପି ହାର ୬.୯ ପ୍ରତିଶତ ଆକଳନ କରିଛି।



from Odisha Reporter https://ift.tt/2ZIpHYE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages