ସାଲେପୁର (ମନୋଜ ଆଚାର୍ଯ୍ୟ ): କଟକ ଜିଲ୍ଲା ମାହାଙ୍ଗା ଥାନା ନାହାଙ୍ଗାରେ ଭୟାବହ ଅଗ୍ନିକାଣ୍ଡ । ସ୍ଥାନୀୟ ରବୀନ୍ଦ୍ର ଦାସଙ୍କ ଗୁହାଳରେ ନିଆଁ ଲାଗି ୧୨ଟି ଗାଈ ଓ ୪ଟି ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମଶାବତୀରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ଗୁହାଳରେ ଜାଳ ଘସି ଥିବାରୁ ନିଆଁ ଆହୁରି ଭୟଙ୍କର ରୂପ ଧାରଣ କରିଥିଲା । ଗାଁ ଲୋକେ ରାତିରେ ଗୁହାଳ ଜଳୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
from Odisha Reporter https://ift.tt/2UjdjgU
No comments:
Post a Comment