ଜାଣନ୍ତୁ କେମିତି ତିଆରି ହୁଏ ‘ଚିଲି ଗାର୍ଲିକ୍ ପଟାଟୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଜାଣନ୍ତୁ କେମିତି ତିଆରି ହୁଏ ‘ଚିଲି ଗାର୍ଲିକ୍ ପଟାଟୋ’

ଆବଶ୍ୟକ ସାମଗ୍ରୀ: ଆଳୁ, କର୍ଣ୍ଣ ଫ୍ଲୋର, କଟା ପିଆଜ ଷଣ୍ଢା, ଟମାଟୋ ସସ୍‌, ଭିନେଗାର, ଲୁଣ, ବଟର, କଟା ରସୁଣ, କଞ୍ଚା ଲଙ୍କା, ସୋୟା ସସ୍‌, ଗୋଲ ମରିଚ ଗୁଣ୍ଡ ଓ ଫୁଡ୍ କଲର୍।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଧୋଇ ଚୋପା ଛଡ଼ାଇ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ବର୍ତ୍ତମାନ ଏହାକୁ ସିଝାଇ ଦିଅନ୍ତୁ। ଆଳୁ ସିଝିଗଲା ପରେ ଏହାକୁ ପାଣିରୁ କାଢ଼ି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ।

ଏବେ ଏକ କଡ଼େଇରେ ବଟର ଗରମ କରି ଏଥିରେ କଟା ରସୁଣ, ପିଆଜ ଷଣ୍ଢା ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ। କିଛି ସମୟ ଭାଜିଲା ପରେ ଏଥିରେ ସିଝା ଆଳୁ ପକାଇ ଭଲ ଭାବେ ମିଶାନ୍ତୁ। ଏବେ କର୍ଣ୍ଣ ଫ୍ଲୋର୍‌ରେ ଅଧ କପେ ପାଣି ମିଶାଇ ଏଥିରେ ପକାନ୍ତୁ। ପରେ ସୋୟା ସସ୍‌, ଟମାଟୋ ସସ୍‌, ଭିନେଗାର, ଅଳ୍ପ ଫୁଡ୍ କଲର୍, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲଭାବରେ ଗୋଳାଇ ଏହାକୁ ଘୋଡ଼ାଇ ଦିଅନ୍ତୁ।

ଢାଙ୍କୁଣୀ କାଢ଼ି ମଝିରେ ମଝିରେ ଏହାକୁ ଗୋଳାନ୍ତୁ। ଟିକେ ଶୁଖିଲା ହୋଇଗଲେ ଏହାକୁ ପ୍ଲେଟ୍‌କୁ ବାହାର କରି ପରଷନ୍ତୁ ଗରମ ଗରମ ‘ଚିଲି ଗାର୍ଲିକ୍ ପଟାଟୋ’।

ଅତିରିକ୍ତ ସୂଚନା: ଆପଣ ମାଇକ୍ରୋୱେଭ୍‌ ଓଭେନ୍‌ରେ ବି ସମାନ ପଦ୍ଧତି ଅବଲମ୍ବନ କରି ଏହାକୁ ପ୍ରସ୍ତୁତ କରିପାରିବେ।



from Odisha Reporter https://ift.tt/2UjeiO8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages