କପିଲ୍‌ ଦେବଙ୍କ ସହ କ୍ରିକେଟ୍‌ ଖେଳିଲେ କରୀନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 8, 2019

କପିଲ୍‌ ଦେବଙ୍କ ସହ କ୍ରିକେଟ୍‌ ଖେଳିଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ରିଆଲିଟି ଶୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ୭’ର ଜଜ୍ ଅଛନ୍ତି। ବଡ଼ ପରଦାରୁ ଛୋଟ ପରଦାକୁ ଆସି ବେବୋ ବେଶ୍ ଖୁସି ଅଛନ୍ତି। ଜଜ୍ ଭାବେ ନିଜ ଦାୟିତ୍ୱ ନିର୍ବାହ କରିବା ସହିତ ସେଟ୍‌ରେ ସେ ସମସ୍ତଙ୍କ ସହିତ ଖୁବ୍ ମଜାମସ୍ତି ମଧ୍ୟ କରୁଛନ୍ତି। ନିକଟରେ ତାଙ୍କୁ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସେଟ୍‌’ରେ କ୍ରିକେଟର୍‌ କପିଲ୍‌ ଦେବଙ୍କ ସହ ମଜାମସ୍ତି କରିବାର ଦେଖିବାକୁ ମିଳିଥିଲା। ସେଟ୍‌ରେ ସେ କପିଲ୍‌ ଦେବଙ୍କ ସହ କ୍ରିକେଟ୍‌ ଖେଳିଥିଲେ। ଆଉ ଏହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। କେବଳ ଏତିକି ନୁହେଁ, ଏହି ଭିଡିଓରେ ସେ କପିଲ୍‌ ଦେବଙ୍କ ଠାରୁ ଅଟୋଗ୍ରାଫ୍‌ ମଧ୍ୟ ଆଣିବାର ଦେଖିବାକୁ ମିଳିଛି। ଅବଶ୍ୟ ସେ ଏହି ଅଟୋଗ୍ରାଫ୍‌ ତାଙ୍କ ପୁଅ ତୈମୁରଙ୍କ ପାଇଁ ଆଣିଥିଲେ।

କରୀନା କହିଥିଲେ ଯେ, ତାଙ୍କର ଇଚ୍ଛା ଅଛି ତୈମୁର ଜଣେ ଭଲ କ୍ରିକେଟର୍ ହେଉ। ସୂଚନାଯୋଗ୍ୟ, ତୈମୁରଙ୍କ ଜେଜେ ଅର୍ଥାତ୍ କରୀନାଙ୍କ ଶ୍ୱଶୁର ମନସୂର ଅଲ୍ଲୀ ଖାନ୍ ପଟୌଦି ବି ଜଣେ କ୍ରିକେଟ୍‌ର ଥିଲେ। ସେ ଟିମ୍ ଇଣ୍ଡିଆର ଅଧିନାୟକ ବି ଥିଲେ। ସେ ଦେଶ ପାଇଁ ୪୬ଟି ଟେଷ୍ଟ୍ ଖେଳିଥିଲେ।

କରୀନା ଏବେ ଟେଲିଭିଜନ ରିଆଲିଟି ଶୋ’ ସହିତ ତାଙ୍କର ଆଗାମୀ ଫିଲ୍ମ ‘ଅଂଗ୍ରେଜି ମିଡିଅମ୍‌’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଇର୍‌ଫାନ୍ ଖାନ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।



from Odisha Reporter https://ift.tt/2KD7M02

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages