ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଜନ ସମ୍ରାଟ ଅନୁପ ଜଲୋଟା ଟେଲିଭିଜନ ଶୋ ବିଗବସ୍ ୧୨ରେ ଭାଗ ନେଇ ଚର୍ଚ୍ଚାକୁ ଆସିଥିଲେ। ଏହି ଶୋରେ ସେ ତାଙ୍କଠାରୁ ୩୭ ବର୍ଷ ସାନ ଜସଲିନ୍ ମଥାରୁଙ୍କ ସହିତ ରିଲେସନଶିପ୍ରେ ଅଛନ୍ତି ବୋଲି କହି ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। କିନ୍ତୁ ପରେ ସେ ଏହାକୁ ଏକ ପବ୍ଲିସିଟି ଷ୍ଟଣ୍ଟ୍ ବୋଲି ସ୍ୱୀକାର କରିଥିଲେ।
ଅନୁପ ଏବେ ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ସୋଶାଲ ମିଡିଆ ଟ୍ୱିଟର ଆକାଉଣ୍ଟରେ ଅନୁପ ଜଲୋଟା ଦିବଙ୍ଗତ ଅଭିନେତ୍ରୀ ମୀନା କୁମାରୀଙ୍କୁ ଫିମେଲ୍ ଗୁରୁଦତ୍ତ ବୋଲି କହିଛନ୍ତି। ତେବେ ଅନୁପ ଜଲୋଟା ୧ ଅଗଷ୍ଟ ମୀନା କୁମାରୀଙ୍କ ଜନ୍ମଦିନରେ ଏହା ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘ଫିମେଲ୍ ଗୁରୁଦତ୍ତଙ୍କୁ ମନେ ପକାଉଛି। ମୀନା କୁମାରୀଙ୍କର ହିନ୍ଦୀ ସିନେମା ପ୍ରତି ଏକ ଅଭୂତପୂର୍ବ ଯୋଗଦାନ ରହିଛି।’
Remembering the Female Guru Dutt, #MeenaKumari ji for her exceptional contribution to this Industry today. #birthannivarsary #tragedyqueen #pakeezah pic.twitter.com/0h9cPIrr5j
— Anup Jalota (@anupjalota) August 1, 2019
ଅନୁପ ଜଲୋଟାଙ୍କର ଏହି ଟ୍ୱିଟ୍ ପରେ ୟୁଜର୍ସ ସୋଶାଲ ମିଡିଆରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। କିଛି ୟୁଜର୍ସ ଅନୁପଙ୍କୁ ଓଲଟାସିଧା କମେଣ୍ଟ ମଧ୍ୟ ଲେଖିଛନ୍ତି, ‘ମୀନା କୁମାରୀ ଏକ ବଡ଼ ନାମ। ତାଙ୍କ ତୁଳନା ଗୁରୁଦତ୍ତଙ୍କ ସହିତ କରିବା ଠିକ୍ ନୁହେଁ।’
Why is she a female Guru Dutt? She was a legend in her own right and doesn't need to piggy back off the name of a man to be remembered
— Niki Seth (@NikiSeth2) August 1, 2019
ଜଣେ ୟୁଜର୍ସ ଲେଖିଛନ୍ତି, ‘ସେ ଫିମେଲ ଗୁରୁଦତ୍ତ କାହିଁକି ହେବେ ? ତାଙ୍କର ପ୍ରସିଦ୍ଧିକୁ ନେଇ ଲୋକ ତାଙ୍କୁ ମନେ ପକାଇଥାନ୍ତି। ତେଣୁ ତାଙ୍କୁ ମନେ ପକାଇବା ପାଇଁ କୌଣସି ପୁରୁଷଙ୍କ ନାମ ସହିତ ତାଙ୍କୁ ଯୋଡ଼ିବା ଉଚିତ୍ ନୁହେଁ।’
ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଯେପରି ତୁମେ ମେଲ୍ ଅନୁରାଧା ପୋଡ଼ୱାଲ।’ ଜଣେ ୟୁଜର୍ସ ଏହି ଟ୍ୱିଟ୍ ଉପରେ ବିରକ୍ତି ପ୍ରକାଶ କରି ଲେଖିଛନ୍ତି, ‘ଏହାର ଅର୍ଥ କ’ଣ ? ବଲିଉଡ୍ ଇଣ୍ଡଷ୍ଟ୍ରିରେ ମୀନା କୁମାରୀ ଏକ ବଡ଼ ନାମ କିନ୍ତୁ ତୁମେ ତାଙ୍କୁ କେବଳ ଏକ ଫିମେଲ୍ ଭର୍ସନ କହୁଛ ?’
yaar kya hai matlab? she’s the biggest name ever in the fraternity and you’re calling her a female version?
— Pahaadan (@Popcorrrrnn) August 1, 2019
ତେବେ ଅନୁପଙ୍କର ଏଭଳି ବିବାଦୀୟ ମନ୍ତବ୍ୟ ପ୍ରଥମ ଥର ଆସିନାହିଁ, ପୂର୍ବରୁ ମଧ୍ୟ ସେ ଏପରି କିଛି ମନ୍ତବ୍ୟ ଦେଇ ଟ୍ରୋଲର ଶିକାର ହୋଇଛନ୍ତି।
ବିଗବସ୍ ଫେମ୍ ଜସଲିନ୍ ମଥାରୁଙ୍କ ସହିତ ରିଲେଶିନ୍ସିପ୍ରେ ରହିବା ନେଇ ସେ ଅନେକ ଟ୍ରୋଲିଂର ଶିକାର ହୋଇଥିଲେ। ଏପରିକି ଶୋ’ର ହୋଷ୍ଟ୍ ସଲମାନ୍ ଖାନ୍ ଓ ଅନ୍ୟ ପ୍ରତିଯୋଗୀ ମଧ୍ୟ ତାଙ୍କର ମଜାକ ଉଡ଼ାଇଥିଲେ।
from Odisha Reporter https://ift.tt/2Zw3NIW
No comments:
Post a Comment