ଜମ୍ମୁ କଶ୍ମୀରକୁ ନେଇ ଐତିହାସିକ ପଦକ୍ଷେପ, ଧାରା ୩୭୦ ଉଚ୍ଛେଦ ପାଇଁ ସଂସଦରେ ପ୍ରସ୍ତାବ ଆଗତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 4, 2019

ଜମ୍ମୁ କଶ୍ମୀରକୁ ନେଇ ଐତିହାସିକ ପଦକ୍ଷେପ, ଧାରା ୩୭୦ ଉଚ୍ଛେଦ ପାଇଁ ସଂସଦରେ ପ୍ରସ୍ତାବ ଆଗତ

ନୂଆଦିଲ୍ଲୀ: କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଅନୁଛେଦ ୩୭୦ ଏକ ସାମୟିକ ବ୍ୟବସ୍ଥା ହୋଇଥିବାରୁ ଏବେ ଏହାକୁ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ଅନୁଛେଦ ୩୭୦ ହଟିଲେ କଶ୍ମୀରରୁ ଲଦାଖକୁ ଅଲଗା ହେବ। ଏହାପରେ କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ରାଜ୍ୟ ହେବ।

ରାଜ୍ୟସଭାରେ ଗୃହମନ୍ତ୍ରୀ ଏହି ପ୍ରସ୍ତାବ ରଖିବା ପରେ ବିରୋଧୀ ଏହାର ଦୃଢ଼ ବିରୋଧ କରିଛନ୍ତି। ଏହାକୁ ନେଇ ଗୃହରେ ଝଡ଼ ସୃଷ୍ଟି ହୋଇଛି। ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବିରୋଧୀ ସାଂସଦଙ୍କ ନାରାବାଜିକୁ ଦେଖି ଗୃହରେ ମାର୍ଶଲ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଗତ ସପ୍ତାହରୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ଏହାପରେ ଗତକାଲି କଶ୍ମୀରରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଏମିତିକି ଜମ୍ମୁ କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି।



from Odisha Reporter https://ift.tt/2M01CdG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages