ରାଜଗାଙ୍ଗପୁର (ଗୌତମ ମିଶ୍ର): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ ଏକ ହାତୀ ଉତ୍ପାତ କରୁଛି। ଗତକାଲି ରାତିରେ ହାତୀଟି କୁତ୍ରା ବ୍ଲକ୍ର ସାଧୁମୁଣ୍ଡା ଓ କୁସୁମଡେଗି ଗାଁରେ ପଶି ୪ଟି ଘର ଭାଙ୍ଗି ଦେଇଛି। ଘରେ ଥିବା ଧାନ ଖାଇବା ସହ ଘରର ଆସବାବପତ୍ର ମଧ୍ୟ ଭାଙ୍ଗି ଦେଇଛି।
ହାତୀ ଉପଦ୍ରବ ଯୋଗୁ ସେହି ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ତେବେ ବନ ବିଭାଗ କର୍ମଚାରୀ ହାତୀଟିକୁ ନିକଟସ୍ଥ ମହାବୀର ପାହାଡ଼କୁ ତଡି ଦେଇଥିବା ସୂଚନା ମିଳିଛି। ଏହି ହାତୀଟି ଏକ ଦଳରୁ ବାହାରି ଆସି ଏମିତି ଉତ୍ପାତ କରୁଛି।
from Odisha Reporter https://ift.tt/2KmPMac
No comments:
Post a Comment