ଜି-୭ରୁ ଫେରି ଜେଟଲୀଙ୍କ ପରିବାରକୁ ଭେଟିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 26, 2019

ଜି-୭ରୁ ଫେରି ଜେଟଲୀଙ୍କ ପରିବାରକୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ବେଳେ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ୱଦେଶ ଫେରିଛନ୍ତି। ସେ ଭାରତରେ ପହଞ୍ଚିବା କ୍ଷଣି ବନ୍ଧୁ ଜେଟଲୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୋଦି ଦିଲ୍ଲୀଠାରେ ଥିବା ଜେଟଲୀଙ୍କ ବାସଭବନରେ ପହଞ୍ଚିବା ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସେଠାରେ ପହଞ୍ଚି ସାରିଥିଲେ। ମୋଦି ଓ ଶାହ ସେଠାରେ ଜେଟଲୀଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

ଅଗଷ୍ଟ ୯ରୁ ଜେଟଲୀ ଅସୁସ୍ଥତା କାରଣରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ମୋଦି ସେଠାକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ। ତେବେ ଜେଟଲୀ ଅଗଷ୍ଟ ୨୪ରେ ଶେଷ ନିଃଶ୍ୱାସ ତ୍ୟାଗ କରିବା ସମୟରେ ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିଲେ। ଗସ୍ତ ବାତିଲ କରି ସେ ସ୍ୱଦେଶ ଫେରି ବନ୍ଧୁ ଜେଟଲୀଙ୍କୁ ଦେଖାବକୁ ଚାହିଁଥିଲେ।

ହେଲେ ଜେଟଲୀଙ୍କ ପରିବାର ଲୋକେ ତାଙ୍କୁ ଏପରି ନ କରିବାକୁ ଅନୁରୋଧ କରିଥିଲେ। ଶେଷରେ ମୋଦି ବାହାରିନ୍‌ରେ ଉଦ୍‌ବୋଧନ ଦେବା ବେଳେ ଜେଟଲୀଙ୍କୁ ମନେପକାଇ ଭାବବିହ୍ୱଳ ହୋଇଯାଇଥିଲେ।

ସେ କହିଥିଲେ, “ଆଜି ମୁଁ ମୋର ଜଣେ ବନ୍ଧୁଙ୍କୁ ହରାଇଛି। ସେ ସର୍ବଦା ମୋ ସହ ଚାଲୁଥିଲେ। ମୋ ଭିତରେ କେତେ କଷ୍ଟକୁ ମୁଁ ଚାପି ରଖିଛି, ସେକଥା କେହି ବି ବୁଝି ପାରିବେ ନାହିଁ।” ଏହାପରେ ସେ ଗତକାଲି ଫ୍ରାନ୍ସ ଠାରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗଦେଇଥିଲେ।



from Odisha Reporter https://ift.tt/2L7cF1I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages