ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 3, 2019

ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ପୁଣି ଏନ୍‌କାଉଣ୍ଟର ହୋଇଛି । ଭୁବନେଶ୍ୱର ସ୍ଥିତ ବଡ଼ଗଡ଼ ଚିଲିପୋଖରୀ ଅଞ୍ଚଳରେ କମିଶନରେଟ୍‌ ପୁଲିସ୍‌ର ଏନ୍‌କାଉଣ୍ଟରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତଦ୍ୱୟ ହେଲେ ସିପୁନ କବି ଓ ହରେକୃଷ୍ଣ ସ୍ୱାଇଁ। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ଗୋଟିଏ ଖେଳନା ବନ୍ଧୁକ, ବାଇକ୍‌ ଓ ଟଙ୍କା ଜବତ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୁଣାଜଗନ୍ନାଥ ସଡକ ଟଙ୍କପାଣି ସେତୁ ନିକଟରେ କମିଶନରେଟ୍ ପୁଲିସର ଏନକାଉଣ୍ଟରରେ ଦୁଇଜଣ ଅପରାଧୀ ଅରୁଣ କୁମାର ମଲ୍ଲିକ ଓ ବିବେକ ନାୟକ ଆହତ ହୋଇଥିଲେ।



from Odisha Reporter https://ift.tt/2ODYhTx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages