ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଗିବା ମଣିଷର ଏକ ସ୍ୱଭାବ। କୌଣସି କାମ ମନପସନ୍ଦର ନ ହେଲେ ବା କିଛି ତ୍ରୁଟିବିଚ୍ୟୁତି ହେଲେ ସାଧାରଣତଃ ସମସ୍ତେ ରାଗନ୍ତି। ତେବେ କିଛି ଲୋକ କଥା କଥାରେ ବିନା କାରଣରେ ରାଗନ୍ତି। ସେଥିପାଇଁ ସେମାନେ ଅପ୍ରୀତିକର ପରିସ୍ଥିତିରେ ବି ପଡ଼ନ୍ତି। କିଛି ନବୁଝି, କିଛି ନବିଚାରି ରାଗି ଯାଇ ସାମ୍ନା ବ୍ୟକ୍ତିଙ୍କୁ ଓଲଟାସିଧା କହି ପକାନ୍ତି ଓ ତାଙ୍କ ସହିତ ସଂପର୍କ ଖରାପ ହୁଏ। ତା’ସହିତ ହେବା କାମ ବି ବିଗିଡ଼ି ଯାଏ। କିନ୍ତୁ ମନେ ରଖନ୍ତୁ, ସବୁବେଳେ ଏହା ସେମାନଙ୍କ ସ୍ୱଭାବ ଯୋଗୁ ହୋଇ ନଥାଏ। ବାସ୍ତୁଦୋଷ ଯୋଗୁ ବି ଏମିତି ହୋଇପାରେ। ଯଦି ଆପଣ ବି କଥା କଥାରେ ଘରେ ହେଉ ଅବା ବାହାରେ ରାଗି ଯାଉଛନ୍ତି ବା ରାଗ ଉପରେ ଆପଣଙ୍କର କେତେ ବେଳେ ବି ନିୟନ୍ତ୍ରଣ ରହୁ ନାହିଁ, ତା’ହେଲେ ବାସ୍ତୁଶାସ୍ତ୍ରରେ ରହିଥିବା କିଛି ନିୟମକୁ ପାଳନ କରନ୍ତୁ। ଏହା ଦ୍ୱାରା ଆପଣ ରାଗ ଉପରେ ନିୟନ୍ତ୍ରଣ ପାଇପାରିବେ।
୧. ବାସ୍ତୁଶାସ୍ତ୍ର ଅନୁସାରେ ଘରେ ତଥା ନିଜ ବେଡ୍ ରୁମ୍ରେ ଲାଲ୍ ରଙ୍ଗର ବ୍ୟବହାର ଖୁବ୍ କମ୍ କରନ୍ତୁ। ଲାଲ ବେଡ୍ଶିଟ୍ରେ ଶୁଅନ୍ତୁ ନାହିଁ। ଘରର ରଙ୍ଗ ଲାଲ୍ ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଲାଲ୍ ରଙ୍ଗ କ୍ରୋଧକୁ ବଢ଼ାଇଥାଏ।
୨. ଅଳିଆ, ଆବର୍ଜନା ରାଗକୁ ବଢ଼ାଇଥାନ୍ତି। ଏଥିପାଇଁ ଘରର କୋଣ ଅନୁକୋଣ ପରିଷ୍କାର ରଖିବା ପାଇଁ ଚେଷ୍ଟା କରନ୍ତୁ। ଘରେ ଆଦୌ ଅଳିଆ ଜମା କରି ରଖନ୍ତୁ ନାହିଁ।
୩. ଘରର ପୂର୍ବ ଦିଗରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୀପ ଜାଳନ୍ତୁ। ଏହା ସହିତ ଏହି ଦିଗରେ କୌଣସି ଭାରି ଜିନିଷ ରଖନ୍ତୁ ନାହିଁ। ଏପରି କଲେ ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିପାରିବେ।
୪. ପ୍ରତିଦିନ ସକାଳେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମନ ଶାନ୍ତ ରହିବା ସହିତ ରାଗ କମ୍ ହୋଇଥାଏ।
୫. ପ୍ରତ୍ୟେକ ସୋମବାର ବ୍ରତ ରଖନ୍ତୁ। ସେଦିନ ଗୋଟିଏ ଥର ଖାଆନ୍ତୁ। ଲଗାତାର ଏପରି କରିବା ଦ୍ୱାରା ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ପାଇପାରିବେ।
୬. ବେଡ୍ ରୁମ୍ରେ ଭଲ ବାସ୍ନା ହେଉଥିବା ଫୁଲ ରଖନ୍ତୁ। ଏହା ଦ୍ୱାରା ମନ ଶାନ୍ତ ରହିଥାଏ। ମନ ଶାନ୍ତ ରହିଲେ ସକାରାତ୍ମକ ଚିନ୍ତାଧାରା ଆସିଥାଏ ଓ ଏହା ରାଗକୁ ନିୟନ୍ତ୍ରଣ କରିଥାଏ।
from Odisha Reporter https://ift.tt/2KqNqa6
No comments:
Post a Comment