କନ୍ଧମାଳରେ ଭାଙ୍ଗିଲା ବ୍ରିଜ୍‌, ଲୋକେ ଏବେ ଜଳବନ୍ଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

କନ୍ଧମାଳରେ ଭାଙ୍ଗିଲା ବ୍ରିଜ୍‌, ଲୋକେ ଏବେ ଜଳବନ୍ଦୀ

ଫୁଲବାଣୀ ( ଓଡ଼ିଶା ରିପୋର୍ଟର):  ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକେ ଏକ ପ୍ରକାର ଜଳବନ୍ଦି ଅବସ୍ଥାରେ ଅଛନ୍ତି । ରାସ୍ତା ଏବଂ ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରଭାବିତ ହୋଇଛି ।

 ବାଲିଗୁଡାଠାରୁ ଝରିପାଣିକୁ ସଂଯୋଗ କରୁଥିବା ସିରିଲା ଗ୍ରାମ ନିକଟବର୍ତ୍ତୀ  ନଦୀ ପୋଲର ଗୋଟିଏ ସ୍ଲାବ ଭାଙ୍ଗିଯାଇଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି । ସେହିପରି ଟାଟାଗୁଡ଼ା ଗାଁରେ ଖଡଗନଦୀର ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇଛି ।  ତୁମୁଡିବନ୍ଧ ବ୍ଳକ ସିଲକସୁଗା ଗାଁ ନିକଟରେ ବ୍ରିଜ ଭାଙ୍ଗିଯାଇଛି । ଫଳରେ ସିର୍ଲା ଓ ପାରିଗଡ଼ ପଞ୍ଚାୟତ ମଧ୍ୟରେ ଯାତାୟତ ସମ୍ଭବ ହୋଇ ପାରୁ ନାହିଁ।



from Odisha Reporter https://ift.tt/2YNLEt5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages