୨୦୦୪ରେ ଦେଖିବାକୁ ମିଳିଥିଲା ସୁଷମାଙ୍କର ଭିନ୍ନ ରୂପ, ଲଣ୍ଡା ହୋଇଯିବେ ବୋଲି କହିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

୨୦୦୪ରେ ଦେଖିବାକୁ ମିଳିଥିଲା ସୁଷମାଙ୍କର ଭିନ୍ନ ରୂପ, ଲଣ୍ଡା ହୋଇଯିବେ ବୋଲି କହିଥିଲେ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଭାରତୀୟ ରାଜନୀତିରେ ଜଣେ ଭଲ ବକ୍ତା ଭାବରେ ପରିଚିତ ଥିଲେ। ତାଙ୍କର ଓଜସ୍ୱୀ ଭାଷଣ ଲୋକଙ୍କୁ ବେଶ୍ ପ୍ରଭାବିତ କରୁଥିଲା। ତେବେ ଦୈନନ୍ଦିନ ଜୀବନରେ ବେଶ୍ ସରଳ ଜଣାପଡ଼ୁଥିବା ସୁଷମାଙ୍କୁ ୨୦୦୪ରେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ସେହି ବର୍ଷ ଲୋକସଭା ନିର୍ବାଚନ ପରେ ଯେତେବେଳେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଲେ ସେତେବେଳେ ସୁଷମା ଏହାର ତୀବ୍ର ବିରୋଧ କରିଥିଲେ। ସେ ପୂରା ଆକ୍ରମଣାତ୍ମକ ହୋଇଯାଇଥିଲେ।

ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ ସେ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ସୁଷମା ଘୋଷଣା କରିଥିଲେ। କେବଳ ଏତିକି ନୁହେଁ, ସେ ଲଣ୍ଡା ହୋଇ ଭିକ ମାଗି ବାକି ଜୀବନ ଅତିବାହିତ କରିବେ ବୋଲି କହିଥିଲେ। ସେ ସାରା ଜୀବନ ରଙ୍ଗବିହୀନ ଶାଢ଼ି ପିନ୍ଧିବା ସହିତ ଚଣା ଖାଇ ଚଟାଣରେ ଶୋଇବେ ବୋଲି ମଧ୍ୟ କହିଥିଲେ।

ବାସ୍ତବରେ ସୋନିଆ ଗାନ୍ଧି ଓ ସୁଷମା ସ୍ୱରାଜଙ୍କର ଲଢ଼େଇ ୧୯୯୯ ମସିହା ଲୋକସଭା ନିର୍ବାଚନରୁ ଆରମ୍ଭ ହୋଇଥିଲା। ସେହି ବର୍ଷ କର୍ଣ୍ଣାଟକାର ବେଲ୍ଲାରୀ ଲୋକସଭା ଆସନରୁ ଦୁହେଁ ପ୍ରାର୍ଥୀ ହୋଇଥିଲେ।  ‘ଆଦର୍ଶ ନାରୀ’ ବନାମ ‘ବିଦେଶୀ ମହିଳା’ର ଏହି ଲଢ଼େଇରେ ସୁଷମା ସ୍ୱରାଜ ପରାଜିତ ହୋଇଥିଲେ ଏବଂ ସୋନିଆ ଗାନ୍ଧି ସଂସଦକୁ ନିର୍ବାଚିତ ହୋଇଥିଲେ।

୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଅଧିକ ଆସନ ଜିତିଥିଲା ଓ ସରକାର ଗଢ଼ିଥିଲା। ସରକାର ଗଢ଼ିବା ପୂର୍ବରୁ ସୋନିଆ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଲୋଚନା ଜୋର ଧରିଥିଲା। କଂଗ୍ରେସ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ତେବେ କଂଗ୍ରେସର ଏହି ନିଷ୍ପତ୍ତିକୁ ସୁଷମା ନିନ୍ଦା କରିଥିଲେ। ସୋନିଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ସଂସଦ ଛାଡ଼ି ଦେବେ ବୋଲି ସେ କହିଥିଲେ। ଅବଶ୍ୟ ପରେ ମନମୋହନ ସିଂହଙ୍କୁ ହିଁ ପ୍ରଧାନମନ୍ତ୍ରୀ କରାଯାଇଥିଲା।



from Odisha Reporter https://ift.tt/2YxLO8H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages