ଥରେ ଦୁଇବନ୍ଧୁଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ଗରମାଗରମ ଆଲୋଚନା ଚାଲିଥାଏ। ଆଲୋଚନାର ବିଷୟବସ୍ତୁ ଥିଲା ବିବାହିତ ଓ ଅବିବାହିତଙ୍କ କ୍ଷମତାର ପରିସୀମା।
ପ୍ରଥମେ ଅବିବାହିତ ବନ୍ଧୁଜଣକ କହିଲେ, ସାଙ୍ଗ ଆମ ଯୁବସମାଜ ବଦଳିଲେ, ଦେଶ ବଦଳିବ। ଆଉ ଦେଶ ବଦଳିଲେ, ବିକାଶ ସମ୍ଭବ ହୋଇପାରିବ। ଦେଶର ବିକାଶ ନିହାତି ଜରୁରୀ…
ଏତିକି କହୁ କହୁ ବିବାହିତ ବନ୍ଧୁ ଜଣକ କହିଲେ, ଆରେ ଭାଇ! ଯାହା ବଦଳାଇବାକୁ ଚିନ୍ତା କରିଛୁ, ଅବିବାହିତ ଅବସ୍ଥାରେ କରି ଦେଇଥା । ଯଦି ବାହା ହୋଇଗଲୁ ତାହା ହେଲେ ବେଳା ଖରାପ ପଡ଼ିଲା ବୋଲି ଜାଣ।
ଏବେ ସିନା ଦେଶ ବଦଳାଇବା କଥା ଚିନ୍ତା କରୁଛୁ। ସେତେବେଳେ ଟିଭି ଚ୍ୟାନେଲ ବି ବଦଳାଇ ପାରିବୁ ନାହିଁ। ତୋ ହାତରୁ ସେ କ୍ଷମତା ବି ଛଡ଼ାଇ ନିଆଯିବ।
from Odisha Reporter https://ift.tt/30u0diU
No comments:
Post a Comment