ଚାଷୀକୁ ମିଳୁନି, ପାହାଡ ତଳେ ଗଦା ହୋଇଛି ଲକ୍ଷାଧିକ ଟଙ୍କାର ଔଷଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 22, 2019

ଚାଷୀକୁ ମିଳୁନି, ପାହାଡ ତଳେ ଗଦା ହୋଇଛି ଲକ୍ଷାଧିକ ଟଙ୍କାର ଔଷଧ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଫସଲରେ ପୋକ ମାଡ଼ି ଯିବାରୁ ଉଜୁଡ଼ି ଯାଉଛି ଫସଲ। ଏଥିଯୋଗୁ ମୁଣ୍ଡରେ ହାତ ଦେଉଛି ଚାଷୀ।  ଔଷଧ କିଣି ଗଛରେ ପକାଇବାକୁ ଆର୍ଥିକ ସମ୍ବଳର ଘୋର ଅଭାବ। ଏପରି ବିପତ୍ତିରୁ ଚାଷୀଙ୍କୁ ରକ୍ଷା କରିବା ଲାଗି ସରକାର ଯୋଗାଉଛନ୍ତି ମାଗଣା ଔଷଧ। ଏପରି ଔଷଧ ରୋକପୋକ ଦାଉରୁ ଫସଲକୁ ରକ୍ଷା କରିବା ସହ ଗଛକୁ ହୃଷ୍ଟପୃଷ୍ଟ କରିଥାଏ। ଏହାର ବୋତଲ ପିଛା ଦାମ୍‌ ହେଉଛି ୬୩୦ ଟଙ୍କା। ଯାହାକୁ କିଣିବା ଚାଷୀର ସାମର୍ଥ୍ୟ ବାହାରେ।  

କିନ୍ତୁ କିଛି କର୍ମଚାରୀଙ୍କ ଖାମଖିଆଲ ମନୋଭାବ ହେତୁ ଏପରି ଦାମିକିଆ ଔଷଧ ଏବେ ପାହାଡ଼ ତଳେ ଗଦା ହୋଇଛି। ଏହାର ଆନୁମାନିକ ମୂଲ୍ୟ ମଧ୍ୟ ଲକ୍ଷାଧିକ ଟଙ୍କାରୁ କମ୍‌ ହେବ ନାହିଁ। ଏପରି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ନୂଆଗୁଡା ଗାଁ ନିକଟସ୍ଥ ପାହାଡ଼ ତଳେ।

ଏଠାରେ ଲକ୍ଷାଧିକ ଟଙ୍କାର ଔଷଧ ପଡ଼ି ଗଦା ହୋଇଛି। ଏହି  ଔଷଧ ଜଳଛାୟା ପ୍ରକଳ୍ପ ତରଫରୁ ଚାଷୀମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଇଥାଏ। ତେବେ ଏତେ ସଂଖ୍ୟକ ଔଷଧ ନୂଆଗୁଡ଼ା ଗାଁର ରଘୁନାଥ ମାଢ଼ିଙ୍କ ଜମିରେ କିପରି ପଡ଼ିଲା, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଔଷଧ ଜଳଛାୟା ପ୍ରକଳ୍ପର କର୍ମଚାରୀ ଗାଡ଼ିରେ ଆଣି ପକାଇ ଦେଇଥିବା ମାଢ଼ି କହିଛନ୍ତି।

୨୦୧୭ ମସିହାରେ ଏହି ଔଷଧ ନିର୍ମିତ ହୋଇଥିବା ବେଳେ, ଏହାର ଅବଧି ତିନି ବର୍ଷ ରହିଛି। ପ୍ରତି ଔଷଧ ବୋତଲର ଦାମ୍ ୬୩୦ଟଙ୍କା ଲେଖାଯାଇଛି। କିନ୍ତୁ ଏହି ଔଷଧଗୁଡ଼ିକୁ ସେଠାରେ କିଏ  ଓ କାହିଁକି ପକାଇଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଔଷଧ ବୋତଲଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗାଁ ଲୋକ ଦାବି କରିଛନ୍ତି ।

ଏହି ଔଷଧ ପ୍ରାୟ ମାସ ହେବ ଉକ୍ତ ସ୍ଥାନରେ କିଏ ପକାଇ ଦେଇ ଯାଇଥିବା ସ୍ଥାନୀୟ ଲୋକେ କହୁଛନ୍ତି।  ଏକ୍ସପାରି ଡେଟ ଥିବା ସତ୍ତ୍ୱେ ଏହାକୁ କାହିଁକି କିଏ ଏଠାରେ ପକାଇ ଦେଇ ଗଲା , ତାହା ଅସ୍ପଷ୍ଟ ରହିଛି। ଏହାକୁ ଚାଷୀମାନେ ଉପଯୋଗ କରିପାରିବେ କି ନାହିଁ ତାହା ମଧ୍ୟ ଜଣାପଡ଼ି ନାହିଁ।



from Odisha Reporter https://ift.tt/2L1tmeZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages