ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଲିଭର୍(ଯକୃତ)। ଲିଭର୍ ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହିତ ରକ୍ତରୁ ଅପରିଷ୍କାର ଜିନିଷକୁ ବାହାର କରିଥାଏ। ଏହା ବିନା ଜଣେ ମଣିଷ ବଞ୍ଚି ପାରିବ ନାହିଁ।
ଖରାପ ଖାଦ୍ୟପାନୀୟ ଯୋଗୁ ଲିଭର୍ରେ ଅପରିଷ୍କାର ଜିନିଷ ଜମା ହେବାର ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା କେବଳ ଲିଭର୍ କାର୍ଯ୍ୟଶୈଳୀ ପ୍ରଭାବିତ ହୋଇନଥାଏ, ଲିଭର୍ ସମ୍ୱନ୍ଧୀୟ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଲିଭର୍ରେ ଖରାପ ପଦାର୍ଥ ଜମା ହୋଇ ରହିବାର ଲକ୍ଷଣ ଅନେକ ଲୋକ ଜାଣିପାରିନଥାନ୍ତି ଏବଂ ରୋଗର ଶିକାର ହୋଇଥାନ୍ତି। ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି, ତେବେ କେଉଁସବୁ ଲକ୍ଷଣ ଦେଖାଦେଲେ ଲିଭର୍ରେ ଖରାପ ପଦାର୍ଥ ଜମା ହୋଇରହିଛି ବୋଲି ଜାଣିବେ, ଆସନ୍ତୁ ଜାଣିବା।
ପରିସ୍ରାର ରଙ୍ଗ ପରିବର୍ତ୍ତନ ହେବା
ଲିଭର୍ରେ ଖରାପ ପଦାର୍ଥ ଜମା ହେଲେ ଆପଣଙ୍କ ପରିସ୍ରାର ରଙ୍ଗରେ ପରିବର୍ତ୍ତନ ଆସିଥାଏ। କେବଳ ଏତିକି ନୁହେଁ, ଗାଢ଼ ହଳଦୀ ରଙ୍ଗର ପରିସ୍ରା ହେବା ସହିତ ଆପଣଙ୍କ ପରିସ୍ରାରେ ଅଧିକ ଫେଣ ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କୁ ଏହି ଲକ୍ଷଣ ଦେଖାଦେଉଛି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
ଲଗାତାର ପେଟରେ ଯନ୍ତ୍ରଣା ହେବା
ଲିଭର୍ରେ ଖରାପ ପଦାର୍ଥ ଜମା ହୋଇ ରହିଲେ ପେଟରେ ଯନ୍ତ୍ରଣା ହୋଇଥାଏ ଏବଂ ଏହି ଯନ୍ତ୍ରଣା ବହୁତ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। ଏହି ଲକ୍ଷଣ ଦେଖା ଦେଲେ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଏହା ସହିତ ନଡ଼ିଆ ପାଣି ଓ ଭିଟାମିନ୍ ସି ଯୁକ୍ତ ଜୁସ୍ ପିଅନ୍ତୁ।
ଅଣ୍ଟାରେ ଯନ୍ତ୍ରଣା ହେବା
ଲିଭର୍ରେ ସମସ୍ୟା ଦେଖା ଦେଲେ ଆପଣଙ୍କ ଅଣ୍ଟାରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଯଦି କୌଣସି ବ୍ୟକ୍ତି ଲଗାତାର ଭାବରେ ଅଣ୍ଟା ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି ଏବଂ ଥକା ଓ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ଏହା ଲିଭର୍ରେ ଖରାପ ପଦାର୍ଥ ଜମା ହେବାର ଲକ୍ଷଣ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଓ ମର୍ଣ୍ଣିଙ୍ଗ୍ ୱାକ୍ କରନ୍ତୁ।
ଲିଭର୍ର ଗତିବିଧିକୁ କିପରି ଯାଞ୍ଚ କରିବେ ?
ଆପଣଙ୍କ ଲିଭର୍ କିପରି କାମ କରୁଛି ଜାଣିବା ପାଇଁ ଡାକ୍ତର ଆପଣଙ୍କ ରକ୍ତ ପରୀକ୍ଷା କରିଥାନ୍ତି। ଅଲଟ୍ରାସାଉଣ୍ଡ, ସିଟି ସ୍କାନ୍ ଓ ଏମ୍ଆର୍ଆଇ ଜରିଆରେ ଲିଭର୍ର ପରୀକ୍ଷା କରାଯାଇଥାଏ। କିଛି ଲୋକଙ୍କୁ ବାୟୋସ୍ପିର ମଧ୍ୟ ଆବଶ୍ୟକତା ପଡ଼ିଥାଏ। ଏଥିରେ ଡାକ୍ତର ଲିଭର୍ର ଯାଞ୍ଚ କରିବା ପାଇଁ ଏକ ଛୁଞ୍ଚିର ସାହାଯ୍ୟ ନେଇ ପରୀକ୍ଷା କରିଥାନ୍ତି।
ଲିଭର୍ ଖରାପ ଥିଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିକିତ୍ସା କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ। ଏହା ସହିତ ଆଗକୁ ହେବାକୁ ଯାଉଥିବା ରୋଗକୁ ମଧ୍ୟ ଏହାଦ୍ୱାରା ନିୟନ୍ତ୍ରଣ କରାଯାଇଥାଏ।
from Odisha Reporter https://ift.tt/32gjCVe
No comments:
Post a Comment