ଜୋକର୍ ଚରିତ୍ର ପାଇଁ ୨୩ କିଲୋ ଓଜନ ହ୍ରାସ କଲେ ହଲିଉଡ୍‌ ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 29, 2019

ଜୋକର୍ ଚରିତ୍ର ପାଇଁ ୨୩ କିଲୋ ଓଜନ ହ୍ରାସ କଲେ ହଲିଉଡ୍‌ ଅଭିନେତା

ଲସ୍‌ ଏଞ୍ଜଲସ୍‌: ହଲିଉଡ୍‌ ଅଭିନେତା ଜୋକ୍ୱିନ୍‌ ଫୋନିକ୍ସ ତାଙ୍କ ଅପ୍‌କମିଂ ଫିଲ୍ମ ‘ଜୋକର୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମର ଫାଇନାଲ୍‌ ଟ୍ରେଲର୍‌ ରିଲିଜ୍‌ ହୋଇସାରିଛି। ଏଥିରେ ଗୋଟିଏ ଜୋକର୍‌ର ସଂଘର୍ଷ କାହାଣୀକୁ ଦେଖାଯାଇଛି, ଯିଏ ସମୟର ଚାପରେ ପଡ଼ି ଭିଲେନ୍‌ ବା ଖଳନାୟକ ହେବାକୁ ବାଧ୍ୟ ହୋଇଛନ୍ତି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଟୋଡ୍‌ ଫିଲିପ୍ସ। ଫିଲ୍ମରେ ଜୋକ୍ୱିନ୍‌ ଫୋନିକ୍ସଙ୍କ ସହିତ ରବର୍ଟ ଡି ନିରୋ, ଜୈଜୀ ବିଟ୍‌ଜ, ବ୍ରେଟ୍‌ କୁଲେନ୍‌, ଡଗଲ୍‌ସ ହାଁଜ୍‌ ଓ ଡାଣ୍ଟେ ଓଲସନ୍‌ ପରି ହଲିଉଡ୍‌ ଅଭିନେତା ଅଭିନୟ କରିଛନ୍ତି। ଫିଲ୍ମଟି ଅକ୍ଟୋବର ୪ ତାରିଖରେ ରିଲିଜ୍‌ ହେବ।

ଏହି ଫିଲ୍ମର ଶୁଟିଂ ପୂର୍ବରୁ ‘ଜୋକର୍‌’ ଚରିତ୍ରରେ ଅଭିନୟ କରିବା ପାଇଁ ଜୋକ୍ୱିନ୍‌ଙ୍କୁ ୨୩ କିଲୋ ଓଜନ ହ୍ରାସ କରିବାକୁ ପଡ଼ିଥିଲା। ତେବେ ଏହି ଚରିତ୍ର ପାଇଁ ସେ କାହିଁକି ଓଜନ କମାଇଲେ, ତାହା ସେ ନିଜେ ବି ଜାଣି ନାହାନ୍ତି। ଏହି ଚରିତ୍ରରେ ଏତେ ଜଟିଳତା ରହିଛି ଯେ, ଏଯାବତ୍ ସେ ନିଜେ କିଛି କିଛି କଥା ବୁଝି ପାରି ନାହାନ୍ତି ବୋଲି ଜୋକ୍ୱିନ୍ କହିଛନ୍ତି। ତେବେ ଏନେଇ ତାଙ୍କୁ ଅଭିନୟ କଲା ବେଳେ କିଛି ଅସୁବିଧା ହୋଇନି ବୋଲି ସେ ସ୍ପଷ୍ଟ କରିଛନ୍ତି। ତା’ସହିତ ତାଙ୍କ ଚରିତ୍ରକୁ ସେ ନିଜ ଦକ୍ଷତା ଅନୁସାରେ ଶତପ୍ରତିଶତ ନ୍ୟାୟ ଦେବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି।

‘ଜୋକର୍‌’ ପ୍ରିମିୟର୍‌ ସର୍ବପ୍ରଥମେ ‘ଭେନିସ୍‌ ଫିଲ୍ମ ଫେଷ୍ଟିଭାଲ୍‌’ରେ ହେବ। ଏହି ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ମିଳୁଛି। ଦର୍ଶକ ଫିଲ୍ମଟିକୁ ପସନ୍ଦ କରିବେ ବୋଲି ଜୋକ୍ୱିନ୍‌ ଆଶା ରଖିଛନ୍ତି।



from Odisha Reporter https://ift.tt/2L5vjbr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages