କିଛି ମାସ ତଳେ କାହିଁକି ସୁଷମାଙ୍କୁ ଧନ୍ୟବାଦ ଦେଇଥିଲେ ସ୍ୱାମୀ ସ୍ୱରାଜ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

କିଛି ମାସ ତଳେ କାହିଁକି ସୁଷମାଙ୍କୁ ଧନ୍ୟବାଦ ଦେଇଥିଲେ ସ୍ୱାମୀ ସ୍ୱରାଜ?

ନୂଆଦିଲ୍ଲୀ: ସୁଷମା ସ୍ୱରାଜ ଏଥର ସାଧାରଣ ନିର୍ବାଚନ ଲଢ଼ି ନଥିଲେ। ନିର୍ବାଚନ ପୂର୍ବରୁ ଏହା ଜଣାପଡ଼ିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ତାଙ୍କ ଦଳର କିଛି ନେତାଙ୍କ ସହିତ ତାଙ୍କର ପ୍ରଶଂସକମାନେ ଚାହୁଁଥିଲେ ସେ ନିର୍ବାଚନ ଲଢ଼ନ୍ତୁ। ତେଣୁ ସେ ନିର୍ବାଚନ ନ ଲଢ଼ିବା କଥା ସ୍ପଷ୍ଟ ହୋଇଯିବା ପରେ ସେମାନେ ଭାରି ଦୁଃଖୀ ହୋଇଥିଲେ। ତେବେ ତାଙ୍କର ଏ ନିଷ୍ପତ୍ତିରେ ସବୁଠୁ ଅଧିକ ଖୁସି ହୋଇଥିଲେ ତାଙ୍କ ସ୍ୱାମୀ ସ୍ୱରାଜ କୌଶଲ।

ସେତେବେଳେ ସେ ସୁଷମାଙ୍କ ଉଦ୍ଦେଶ୍ୟରେ କହିଥିଲେ,“ମୋର ମନେ ଅଛି ଏକ ସମୟରେ ମିଲ୍‌ଖା ସିଂହ ବି ଅବସର ନେଇଥିଲେ। ଏହି ଦୌଡ଼ (ସୁଷମାଙ୍କ ରାଜନୀତି କ୍ୟାରିୟର) ୧୯୭୭ରେ ଆରମ୍ଭ ହୋଇଥିଲା। ଏବେ ଏହାକୁ ୪୧ ବର୍ଷ ହୋଇଗଲାଣି। ଆପଣ ବର୍ତ୍ତମାନ ସୁଦ୍ଧା ୧୧ଟି ନିର୍ବାଚନ ଲଢ଼ି ସାରିଲେଣି। କେବଳ ୧୯୯୧ ଓ ୨୦୦୪ରେ ନିର୍ବାଚନ ଲଢ଼ି ନଥିଲେ। କାରଣ ଦଳ ଆପଣଙ୍କୁ ପ୍ରାର୍ଥୀ କରି ନଥିଲା। ମୁଁ ଆପଣଙ୍କ ପଛରେ ୪୬ ବର୍ଷ ହେଲାଣି ଦୌଡୁଛି। ଏବେ ମୋତେ ଆଉ ୧୯ ବର୍ଷ ହୋଇନାହିଁ। ଥ୍ୟାଙ୍କ୍‌ ୟୁ ମ୍ୟାଡ୍‌ମ୍‌।”

୧୯୭୫ ମସିହା ଜୁଲାଇ ୧୩ ତାରିଖରେ ସୁଷମା ଓ ସ୍ୱରାଜ ବାହା ହୋଇଥିଲେ। ସେମାନେ ପ୍ରେମ ବିବାହ କରିଥିଲେ। ସ୍ୱରାଜ କୌଶଲ ସୁପ୍ରିମ୍‌କୋର୍ଟର ଜଣେ ଜଣାଶୁଣା କ୍ରିମିନାଲ୍ ଲୟର। ସେ ମାତ୍ର ୩୪ ବର୍ଷ ବୟସରେ ଆଡ୍‌ଭୋକେଟ୍ ଜେନେରାଲ୍ ହେବାର ଗୌରବ ହାସଲ କରିଥିଲେ। ୩୭ ବର୍ଷ ବୟସରେ ସେ ମିଜୋରାମ୍‌ର ରାଜ୍ୟପାଳ ହୋଇଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ। ସେହିପରି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।



from Odisha Reporter https://ift.tt/2T9x89Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages