ବର୍ଷା ଯୋଗୁ ସ୍ଥିତି ବେହାଲ : ଜିଲାର ସବୁ ସ୍କୁଲ ଛୁଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

ବର୍ଷା ଯୋଗୁ ସ୍ଥିତି ବେହାଲ : ଜିଲାର ସବୁ ସ୍କୁଲ ଛୁଟି

ମାଲକାନଗିରି(ଜିତେନ୍ଦ୍ର ବେଉରା) ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ବେଶ ପ୍ରଭାବିତ ହୋଇଛି । ପୋଲ ଉପରେ ପାଣି ଚାଲୁଥିବାରୁ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜିଲ୍ଲାର ସବୁ ଛୋଟ ବଡ଼ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି  ।

କୋରକୋଣ୍ଡା, କାଙ୍କରକୋଣ୍ଡା ଓ ଏମ୍‌ଭି ୩୭ଠାରେ ପୋଲ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲୁଛି ।ରାସ୍ତା ଉପରେ ପାଣି ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପାଙ୍ଗାମ, ଏମ୍‌ଭି -୯୦, କନ୍ୟାଶ୍ରମ, ପଟେରୁ ପୋଲ ଉପରେ ପାଣି ଚାଲୁଛି । ମାଲକାନଗିରିରୁ ଆନ୍ଧ୍ର, ଛତିଶଗଡ଼ ଓ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି ।

ଜିଲ୍ଲାର ଶତାଧିକ ଗାଁ ପାଣିଘେରରେ ରହିଛି। ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ପ୍ରବଳ ବର୍ଷା ଦୃଷ୍ଟିରୁ ଆଜି ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ୧୦ ଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୩ଥର ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି।



from Odisha Reporter https://ift.tt/2TgD5Sj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages