ଜମ୍ମୁ କଶ୍ମୀର ନେତାଙ୍କ ଅଟକ ନିଷ୍ପତ୍ତିରେ ରାଜ୍ୟପାଳଙ୍କ ଭୂମିକା ନାହିଁ: ରାଜଭବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ଜମ୍ମୁ କଶ୍ମୀର ନେତାଙ୍କ ଅଟକ ନିଷ୍ପତ୍ତିରେ ରାଜ୍ୟପାଳଙ୍କ ଭୂମିକା ନାହିଁ: ରାଜଭବନ

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅଟକ ଥିବା ନେତାଙ୍କ ବାବଦରେ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କର କୌଣସି ଭୂମିକା କିମ୍ବା ହସ୍ତକ୍ଷେପ ନାହିଁ। ସ୍ଥାନୀୟ ପୁଲିସ ହିଁ ଏ ବାବଦରେ ନିଷ୍ପତ୍ତି ନେଉଛନ୍ତି। ଆଜି ଜମ୍ମୁ କଶ୍ମୀର ରାଜଭବନ ପକ୍ଷରୁ ଏହି ସ୍ପଷ୍ଟୀକରଣ ରଖାଯାଇଛି।

ଗତକାଲି ଏକ ଖବର ପ୍ରକାଶ ପାଇଥିଲା ଯେ ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କୁ ସରକାର ଛାଡ଼ିବା ପାଇଁ ରଖିଥିବା ସର୍ତ୍ତକୁ ଉଭୟ ଅଗ୍ରାହ୍ୟ କରିଦେଇଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲିକ ଉଭୟ ଓମାର ଏବଂ ମେହବୁବାଙ୍କୁ ସେମାନଙ୍କ ଘରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ। ଯଦି ସେମାନେ ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି ନ କରିବା ପାଇଁ ନିଜର ସମର୍ଥକମାନଙ୍କୁ କହିବେ, ତା’ହେଲେ ସେମାନଙ୍କୁ ଗୃହବନ୍ଦୀ ହେବାରୁ ମୁକ୍ତ କରାଯିବ। ତେବେ ଉଭୟ ଏହାକୁ ଗ୍ରହଣ କରି ନାହାନ୍ତି। ଫଳରେ ଉଭୟଙ୍କ ଅଟକ ମିଆଦକୁ ବୃଦ୍ଧି କରାଯାଇଛି। ରାଜଭବନର ଜଣେ ମୁଖପାତ୍ର ଏ ବାବଦରେ ଶ୍ରୀନଗରରେ କହିଥିଲେ ବୋଲି ସୂଚନା ମିଳିଥିଲା।

ହେଲେ ଏହି ଖବର ସମୂର୍ଣ୍ଣ ମିଛ ଏବଂ ଆଧାରହୀନ ବୋଲି ରାଜଭବନ ପକ୍ଷରୁ ଆଜି କୁହାଯାଇଛି। ରାଜଭବନ ଏଭଳି ମିଥ୍ୟା ଖବରକୁ ନିନ୍ଦା କରୁଛି ବୋଲି ରାଜ୍ୟପାଳଙ୍କ ମୁଖପାତ୍ର କହିଛନ୍ତି।



from Odisha Reporter https://ift.tt/2MHeGVo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages