ମୁମ୍ୱାଇ: ପାକିସ୍ତାନ ଅଭିନେତ୍ରୀ ମେହୱିଶ୍ ହୟାତ୍ ବଲିଉଡ୍କୁ ହିପୋକ୍ରାସି ବା ପ୍ରତାରଣା କରୁଥିବା କହି ପାକିସ୍ତାନ ଗୀତ ଚୋରି କରୁଥିବା ଅଭିଯୋଗ ଲଗାଇଛନ୍ତି। ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଗୀତକୁ ନେଇ ସେ ଏହି ଟିପ୍ପଣୀ ଦେଇଛନ୍ତି। ନିକଟରେ ଆଲିଆ ଭଟ୍ଟଙ୍କ ପଞ୍ଜାବୀ ଗୀତ ‘ପ୍ରାଡା’ ରିଲିଜ୍ ହୋଇଛି। ଏହି ଗୀତଟି ପାକିସ୍ତାନ ଗୀତ ‘ଗୋରେ ରଙ୍ଗ କା ଜମାନା’ ସହିତ ମେଳ ଖାଉଛି ଏବଂ ପାକିସ୍ତାନର ‘ଭାଇଟାଲ୍ ସାଇନସ୍’ ଆଲବମ୍ରୁ ଏହି ଗୀତକୁ ଚୋରି କରାଯାଇଛି ବୋଲି ହୟାତ୍ ଅଭିଯୋଗ କରିଛନ୍ତି।
ଟ୍ୱିଟରରେ କିଛି ୟୁଜର୍ ଏହି ଗୀତ ଦୁଇଟିରେ ସମାନତା ଥିବା ଦର୍ଶାଇବା ପରେ ହୟାତ୍ ବଲିଉଡ୍ ଉପରେ ସାହିତ୍ୟ ଚୋରି କରିବାର ଅଭିଯୋଗ ଲଗାଇଛନ୍ତି। ଏହାକୁ ନେଇ ହୟାତ୍ କହିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଗୋଟିଏ ପଟେ ବଲିଉଡ୍ ପାକିସ୍ତାନକୁ ମିଳୁଥିବା ସମସ୍ତ ସୁଯୋଗକୁ ବେଇଜ୍ଜତ କରୁଛି ଏବଂ ଅନ୍ୟପଟେ ପାକିସ୍ତାନର ଗୀତକୁ ଚୋରି କରୁଛି। କପିରାଇଟ୍ର ଉଲ୍ଲଙ୍ଘଂନ କରିବା ଓ ରୟାଲିଟି ପେମେଣ୍ଟ ସ୍ପଷ୍ଟ ଭାବରେ ବଲିଉଡ୍ ପାଇଁ କୌଣସି ମୂଲ୍ୟ ରଖେ ନାହିଁ। ’
I find this strange. On the one hand Bollywood vilifies Pakistan at every opportunity they get. On the other, they continue to steal our songs without so much as an acknowledgment. “Copyright violation” and “royalty payments” obviously mean nothing.https://t.co/2x48WIGjf3
— Mehwish Hayat TI (@MehwishHayat) August 24, 2019
ହୟାତ୍ ଆହୁରି ମଧ୍ୟ କହିଛନ୍ତି, ‘ବର୍ତ୍ତମାନ ଆମେ ଜାଗ୍ରତ ହୋଇସାରିଛୁ। କଫିର ବାସ୍ନା ଶୁଙ୍ଘିବା ପରି ବଲିଉଡ୍ର ପ୍ରକୃତ ଉଦ୍ଦେଶ୍ୟ କ’ଣ ଆମେ ଦେଖିପାରୁଛି। ଶାହରୁଖ୍ ଖାନ୍ ଦେଶଭକ୍ତ ହେଲେ ହୁଅନ୍ତୁ ଏଥିପାଇଁ ଆପଣଙ୍କ ଉପରେ କେହି ଆପତ୍ତି ଲଗାଇବେ ନାହିଁ।’
ନିକଟରେ ହୟାତ୍ ସିଏନ୍ଏନ୍ ପାଇଁ ଏକ ଆର୍ଟିକିଲ୍ ଲେଖିଥିଲେ, ‘ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଥିଲେ ଏବଂ କହିଥିଲେ, ମୋଦି ଦେଶର ଫିଲ୍ମ ଉଦ୍ୟୋଗକୁ ହତିଆର୍ ଭାବରେ ବ୍ୟବହାର କରୁଛନ୍ତି। ପାକିସ୍ତାନ କଳାକାରଙ୍କୁ ଭାରତରେ କାମ କରିବା ପାଇଁ କଷ୍ଟ ନୁହେଁ ଅସମ୍ଭବ ହୋଇପଡ଼ିଛି। ’
ପାକିସ୍ତାନ ଗୋଟିଏ ମୁସଲିମ୍ ଦେଶ ଏବଂ ଭାରତରେ ମୁସଲିମ୍ଙ୍କୁ ଘୃଣା କରିବା ବା ଇସଲାମୋଫୋବିଆ ଶୀର୍ଷ ସ୍ଥାନରେ ରହିଛି। ଏଥିପାଇଁ ସେଠାରେ ହାଇପର୍ ରାଷ୍ଟ୍ରବାଦୀ ଫିଲ୍ମ ନିର୍ମାଣ କରାଯିବ ସହିତ ଗୀତ ଓ ସ୍ଲୋଗାନ୍ ମାଧ୍ୟମରେ ମୁସଲିମ୍ଙ୍କୁ ଭୟ ଓ ଘୃଣା କରିବା ଶିକ୍ଷା ଦିଆଯାଉଛି। ସେହିପରି ତୃଣମୂଳ ସ୍ତରରେ ଯେଉଁ ମୁସଲିମ୍ମାନେ ଗୋମାଂସ ଖାଉଛନ୍ତି, ସେମାନଙ୍କୁ ଭାରତରେ ମାରି ଦିଆଯାଉଛି ବୋଲି ହୟାତ୍ ଆର୍ଟିକିଲ୍ରେ ଲେଖିଥିଲେ।
from Odisha Reporter https://ift.tt/2zsQiOI
No comments:
Post a Comment