ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ଯେଉଁଠି ଉଠାଇଲେ ବି ଆମେ ଜବାବ ଦେବୁ: ସୟିଦ ଆକବରୁଦ୍ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ଯେଉଁଠି ଉଠାଇଲେ ବି ଆମେ ଜବାବ ଦେବୁ: ସୟିଦ ଆକବରୁଦ୍ଦିନ

ନୂଆଦିଲ୍ଲୀ: ଜାତିସଂଘ ଓ ଅନ୍ୟାନ୍ୟ ଦେଶ ପାଖରୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ନିରାଶ ହେବା ପରେ ଏବେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ଦ୍ୱାରସ୍ଥ ହେବ। ଗତକାଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମେହମୁଦ କୁରେଶୀ ଏହି ସୂଚନା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ। ସେ କହିଛନ୍ତି ପାକିସ୍ତାନ ଏହି ପ୍ରସଙ୍ଗ ଯେଉଁଠି ଉଠାଉନା କାହିଁକି ଭାରତ ସଠିକ୍ ଜବାବ ଦେବ।

ଭାରତୀୟ ରାଷ୍ଟ୍ରଦୂତ ସୟିଦ ଆକବରୁଦ୍ଦିନ କହିଛନ୍ତି ପ୍ରତ୍ୟେକ ଦେଶ ନିଜର ହିତ ପାଇଁ ବିକଳ୍ପ ରଣନୀତି ବ୍ୟବହାର କରିପାରିବେ। ଆମର ମଧ୍ୟ ଅଲଗା ଦୃଷ୍ଟିକୋଣ ରହିଛି। ପାକିସ୍ତାନ ଏହା ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ବିଭିନ୍ନ ମଞ୍ଚରେ ଉଠାଇଛି। ହେଲେ ସବୁଥିରେ ଫେଲ୍ ମାରିଛି। ନିକଟରେ କୁଳଭୂଷଣ ଯାଦବ ମାମଲାରେ ମଧ୍ୟ ଆଇସିଜେ କୋର୍ଟରୁ ପାକିସ୍ତାନ ନିରାଶ ହୋଇଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2MqrVtD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages