ପୁଲିସ୍ କମିଶନର ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 20, 2019

ପୁଲିସ୍ କମିଶନର ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-କଟକର ନୂଆ ପୁଲିସ୍‌ କମିଶନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସେ ହେଉଛନ୍ତି ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌। ଡକ୍ଟର ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

ଅନ୍ୟପକ୍ଷରେ ପୂର୍ବତନ ପୁଲିସ୍ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ୍‌ ବିଭାଗର ଏଡିଜି ଦାୟିତ୍ୱ ମିଳିଛି।

ସୂଚନାଯୋଗ୍ୟ, ବି.କେ ଶର୍ମା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ନୂଆ ଟିମ୍ ଗଠନ କରିଛନ୍ତି। ଏଥିପାଇଁ ପୁଲିସ୍‌ ବିଭାଗରେ ବଡ଼ଧରଣର ଅଦଳବଦଳ କରିଥିଲେ। ଆଇପିଏସ୍ ଓ ଓପିଏସ୍‌ ସ୍ତରରେ ୩୯ଜଣ ବରିଷ୍ଠ ପୁଲିସ୍‌ ଅଫିସରଙ୍କ ବଦଳି ହୋଇଥିଲା। ଏହି ଅଦଳବଦଳ ବେଳେ ଭୁବନେଶ୍ୱର-କଟକ ପୁଲିସ୍‌ କମିଶନର ଭାବେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ନୂଆ ଦାୟିତ୍ୱ ମିଳିଥିଲା।



from Odisha Reporter https://ift.tt/31WylVd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages