ଅଧିକାର ପାଇଁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଲଢେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ଅଧିକାର ପାଇଁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଲଢେଇ

ମାଲକାନଗିରି(ଜିତେନ୍ଦ୍ର ବେଉରା): ସ୍ୱାଭିମାନ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ଅଧୀନ ଚିତ୍ରକୋଣ୍ଡାର ବିକାଶ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିଲେ ସ୍ୱତନ୍ତ୍ର ଖସଡ଼ା।  ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗୁ ନିମନ୍ତେ ନିର୍ମାଣ ହୋଇଥିଲା ଗୁରୁପ୍ରିୟା ସେତୁ । ଏଥିସହ ନକ୍ସଲ ପ୍ରବଣ ଏହି ଅଞ୍ଚଳର ବିକାଶ ନିମନ୍ତେ ଶହେ କୋଟିର ଅନୁଦାନ ଘୋଷଣା ହୋଇଥିଲା। । ହେଲେ ଏସବୁ ଏବେ ପାଣିର ଗାର। ମାଳ ମାଳ ପ୍ରତିଶ୍ରୁତି ଏବେ ମିଥ୍ୟା ପ୍ରହସନରେ ପରିଣତ ହୋଇଛନ୍ତି। ଆଉ ଏହା ପ୍ରତିବାଦରେ ବଡ଼ଧରଣର ଆନ୍ଦୋଳନ କରିବାକୁ ମାଲକାନଗିରି ଅଭିମୁଖେ ବାହାରିଛନ୍ତି ଚିତ୍ରକୋଣ୍ଡା ଅଞ୍ଚଳର ଶହଶହ ଆଦିବାସୀ।

ଆଜି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାର କାର୍ଯ୍ୟକ୍ରମ ରହିଛି। ସରକାର ସ୍ୱାଭିମାନ ଅଞ୍ଚଳ ଘୋଷଣା କରିଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଆଦି ମୌଳିକ ସୁବିଧା ଯୋଗାଇଦେବା କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉ ନଥିବା ସେମାନେ ଅଭିଯୋଗ କରିଛନ୍ତି।

ଚିତ୍ରକୋଣ୍ଡା ଅଞ୍ଚଳର ଯନ୍ତ୍ରି, ପଣସପୁଟ, ଯୋଡାମ୍ବ, ଅଣ୍ଡରାପାଲି ଏବଂ ଗାଜଲବାଡ଼ିର ପାଖାପାଖି ୧୫ ଶହ ଲୋକ ମାଲକାନଗିରି ଅଭିମୁଖେ ବାହାରିଛନ୍ତି। ଗତକାଲି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା ୪ଟି ଲଞ୍ଚ ଓ ଦେଶୀ ଡଙ୍ଗାରେ ପାରି ହୋଇ ଚିତ୍ରକୋଣ୍ଡାରେ ରାତ୍ରୀଯାପନ କରିଥିଲେ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଚିତ୍ରକୋଣ୍ଡାରୁ ମାଲକାନଗିରି ଅଭିମୁଖେ ବାହାରିଛନ୍ତି।

ଗୁରୁପ୍ରିୟା ନିର୍ମାଣ ପରେ ସ୍ୱାଭିମାନ ଅଞ୍ଚଳର ବିକାଶକୁ ମଡେଲ୍ ଭାବେ ନେଇ ଅନ୍ୟ ନକ୍ସଲ ପ୍ରଭାବିତ ଇଲାକାରେ ପ୍ରୟୋଗ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା କହିଥିଲେ ତତ୍‌କାଳୀନ ମୁଖ୍ୟ ଶାସନ ସଚିବ । ହେଲେ ଯେଉଁଠି ଏ ଯାଏ ମୌଲିକ ସୁବିଧା ଉପଲବ୍ଧ ହୋଇ ପାରୁନି ସେ ଅଞ୍ଚଳ କିପରି ରୋଲ ମଡେଲ ହୋଇପାରିବ ତାହା ପ୍ରଶ୍ନବାଚୀ  ସୃଷ୍ଟି କରିଛି।

ପୂର୍ବରୁ ଗତ ଜୁନ୍ ୫ ତାରିଖରେ ବିକାଶ ଆଉ ଅଧିକାର ଦାବିରେ ସ୍ୱର ଉତ୍ତୋଳନ ପାଇଁ ଏକଜୁଟ୍ ହୋଇଥିଲେ  ଶତାଧୀକ ସଂଖ୍ୟାରେ ନିରୀହ ଆଦିବାସୀ । ସେହି ସମୟରେ ସରକାର ଏବଂ ପ୍ରଶାସନ ବିରୋଧରେ ଆର୍‌ପାର୍ ଲଢ଼େଇ ପାଇଁ ଚେତାବନୀ ବି ଦେଇଥିଲେ।

ତଥାପି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏଭଳି ବଡ଼ଧରଣର ବିଦ୍ରୋହ ଓ ଜନ ଆନ୍ଦୋଳନ ତେଜିଥିବା କୁହାଯାଉଛି।



from Odisha Reporter https://ift.tt/33XAKAK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages