ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ୍ ହୋଇଛନ୍ତି ପୂର୍ବତନ ଆମ ଆଦମୀ ପାର୍ଟି ନେତା କପିଲ ମିଶ୍ରା। ଆଜି ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଦିଲ୍ଲୀ ବିଜେପି ସଭାପତି ତଥା ସାଂସଦ ମନୋଜ ତିଓ୍ୱାରୀ ଓ ବିଜୟ ଗୋଏଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ୍ ହୋଇଛନ୍ତି।
Delhi: Former Aam Aadmi Party (AAP) leader, Kapil Mishra joins Bharatiya Janata Party (BJP) in presence of party leaders Manoj Tiwari and Vijay Goel. pic.twitter.com/uFHiPd8ij0
— ANI (@ANI) August 17, 2019
ଅଗଷ୍ଟ ୨ରେ କପିଲ ମିଶ୍ରା ଆମ୍ ଆଦ୍ମୀ ପାର୍ଟି ନେତା ସୌରଭ ଭରଦ୍ୱାଜଙ୍କ ଆବେଦନ କ୍ରମେ ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିବାସ ଗୋଏଲ ବିଧାୟକ କପିଲ ମିଶ୍ରାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଦଳରେ ଥାଇ ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଭୋଟ୍ ମାଗୁଥିବା ଅଭିଯୋଗରେ ତାଙ୍କ ପଦ ବରଖାସ୍ତ କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଆପ୍ ବିଧାୟକ ସୌରଭ ଭରଦ୍ୱାଜ ଦାବି କରିଥିଲେ। ତେବେ ଦିଲ୍ଲୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଜଣାପଡ଼ିଛି।
କପିଲ ପୂର୍ବରୁ ଆପ୍ ସରକାରରେ ମନ୍ତ୍ରୀ ଥିଲେ, କିନ୍ତୁ ୨୦୧୭ରେ ତାଙ୍କଠାରୁ ମନ୍ତ୍ରୀପଦ ହଟାଇ ଦିଆଯାଇଥିଲା। ଆପ୍ ସଂଯୋଜକ ତଥା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା।
କପିଲଙ୍କ ମା’ ମଧ୍ୟ ଜଣେ ବିଜେପି ନେତା ସୂଚନା ରହିଛି। ହିନ୍ଦୀ ଓ ଇଂରାଜୀରେ କପିଲ ଜଣେ ଭଲ ବକ୍ତା ସହିତ ଦୂର୍ନୀତି ବିରୋଧି ଆନ୍ଦୋଳନର ଜଣେ ପୁରୋଧାଭାବେ ଜଣାଶୁଣା।
from Odisha Reporter https://ift.tt/33HSqA3
No comments:
Post a Comment