ଘର ଭିତରେ ଆଣ୍ଠୁଏ ପାଣି, ଗତ କାଲିଠାରୁ ଲୋକେ ଉପାସରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଘର ଭିତରେ ଆଣ୍ଠୁଏ ପାଣି, ଗତ କାଲିଠାରୁ ଲୋକେ ଉପାସରେ

ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ରାଜ୍ୟରେ ହୋଇଥିବା ଲଘୁଚାପ ଜନିତ ବର୍ଷାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୁରୀ ଜିଲ୍ଲା କଣାସ ବ୍ଲକର ଦୋକନ୍ଦା ଓ ବାଲିପାଟଣା ଗାଁ ନିକଟସ୍ଥ ଦୟା ଓ ରାଜୁଆ ନଦୀରେ ପାଣି ବଢ଼ିବା ପରେ ଏବେ ନଦୀ କୂଳିଆ ଲୋକଙ୍କ ନିଦ ହଜି ଯାଇଛି। ଗାଁରେ ସୁଅ କାଟୁଛି ବନ୍ୟା ପାଣି। ଧିରେ ଧିରେ ବନ୍ୟା ପାଣି ଗାଁ ଭିତରେ ପଶିଲାଣି।  ଘର ଭିତରେ ଆଣ୍ଠୁଏ ଲେଖାଏ ପାଣି ଜମିବା ଫଳରେ ଏବେ ସ୍ଥିତି ବେହାଲ୍ ହେବାକୁ ଲାଗିଛି। ରୋଷେଇ ଘରେ ପାଣି ପଶିବା ଫଳରେ କେତେକଙ୍କ ଘରେ ଗତକାଲିଠୁ ରୋଷେଇ ହୋଇନି।

ଖାଲି ଏତିକି ନୁହେଁ ଚାଷ ଜମିରେ ବି ପାଣି ଜମିଛି। ତେଣୁ ବହୁ ସଂଖ୍ୟାରେ ଧାନ ଫସଲ ନଷ୍ଟ ହୋଇଛି। ତେବେ ଭୟଭୀତ ନହେବାକୁ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ହୀରାକୁଦ ଡ୍ୟାମରୁ ବନ୍ୟା ପାଣି ଛାଡ଼ିବା ପରେ ମହାନଦୀରେ ଜଳସ୍ତର ବଢ଼ିଛି। ଏହାଫଳରେ ମହାନଦୀର ଶାଖା ନଦୀ ଗୁଡ଼ିକରେ ବି ଜଳସ୍ତର ବଢ଼ିବାରେ ଲାଗିଛି।



from Odisha Reporter https://ift.tt/2TJrg7p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages